News
WhatsApp Image 2023-10-04 at 17.25.00
samparksetu

ଆଉଟ ସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ ଦାବି

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ ବ୍ୟବସା୍ଥକୁ ଉଚ୍ଛେଦ କରିବାକୁ ସଙ୍ଘ ତରଫରୁ ଦାବି କରାଯିବା ସହିତ ଏ ମର୍ମରେ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି ।ରାଜ୍ୟ ସରକାରଙ୍କ ଜିଲ୍ଲା ଏବଂ ମୁଖ୍ୟ କାର୍ଯ୍ୟ।ଳୟ ଗୁଡିକରେ ଆଉଟ ସୋର୍ସିଙ୍ଗ ବ୍ୟବସ୍ଥାରେ ଦୀର୍ଘଦିନ ହେବ କାର୍ଯ୍ୟ କରିଆସୁଛନ୍ତି ।

ବାରମ୍ବାର ଦାବି ସତ୍ତ୍ୱେ ସରକାର ଏଭଳି କୁତ୍ସିତ ବ୍ୟବସ୍ଥାକୁ ଉଠାଇବା ପାଇଁ କୌଣସି ବ୍ୟବସ୍ଥା କରୁ ନାହାଁନ୍ତି । ସଙ୍ଘ ତରଫରୁ ଆନ୍ଦୋଳନ କରାଯିବା ପରେ ଗତ ୨୦୧୭ ମସିହା ଡିସେମ୍ବର ୨୨ ତାରଖି ,୨୦୧୮ ମସିହା ମାର୍ଚ୍ଚ ୧୪ ତାରଖି ଏବଂ ମାର୍ଚ୍ଚ ମାସରେ ୩ ଦିି ଆନ୍ଦୋଳନ ପରେବି ସରକାର ଆଉଟ ସୋର୍ସିଙ୍ଗ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।

ଦୀର୍ଘ ୫ ବର୍ଷ ଧରି ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଙ୍ଘ ତରଫରୁ ପୁଣି ଥରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବା ସହିତ ୧୪ ତାରିଖରୁ କଳାବ୍ୟାଚ ଏବଂ ୨୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୬ ତାରିଖରୁ ଗଣଧାରଣା ଦେବାକୁ ନିଷ୍ପତି କରାଯାଇଛି ।

ଏ ସଂକ୍ରାନ୍ତରେ ଏକ ଦାବି ପତ୍ର ଆବାହକ ପ୍ରଭାତ ମହାନ୍ତି ଓ ସଭାପତି ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହିତ ଅନ୍ୟମାନେ ପ୍ରଦାନ କରିଥିବାର ଜଣାପଡିଛି ।

new life
You might also like
error: Content is protected !!