News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଚାଲିଗଲା ମହିଳା ଙ୍କ ଜୀଵନ

ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ମେରାମଣ୍ଡଳୀ ସେକସନ ଅନ୍ତର୍ଗତ ମୋଟଙ୍ଗା ଥାନା ତାଳଡଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳ।ଙ୍କର ମୃତ୍ୟୁ ଘଟିଛି । ତାଳଡଙ୍ଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପତ୍ନୀ ଦିପ୍ତିମୟୀ ସାହୁ (୫୨)ଏବଂ ପ୍ରଭାସିନୀ ସାହୁ ଆଜି ସନ୍ଧ୍ୟା ସମୟରେ ଘର ପଛ ପାଖରେ ଥିବା ବାଡିକୁ ଶୌଚ ହେବାକୁ ଯାଇଥିଲେ ।

ଏହି ସମୟରେ ଏକ ବଣୁଆ ହାତୀ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲା । ପ୍ରଭାସିନୀ ସେଠାରୁ ଦୌଡି ପଳାଇଥିବା ବେଳେ ମାଆ ଦିପ୍ତିମୟୀ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ । ହାତୀଟି ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡିଦେବା ସହିତ ପାଦରେ ଦଳିଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ଦିପ୍ତୀମୟୀଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି । କିଛିଦିନ ହେବ ବଣୁଆ ହାତୀ ପଲ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ ମଧ୍ୟ ବନ ବିଭାଗ ହାତୀ ଚଳପ୍ରଚଳ ସମ୍ପର୍କରେ ଗ୍ରାମବାସୀଙ୍କୁ କୌଣସି ସୂଚନା ଦେଉ ନଥିବାରୁ ବାରମ୍ବାର ହାତୀ ଆକ୍ରମଣରେ ଜୀବନ ହାନୀ ହେଉଛି । ମାଆର ମୃତ୍ୟୁ କୁ ନେଇ ତାର ପୁଅ ଦିଲେଶ୍ୱର ସାହୁ ଲିଖିତ ଭାବରେ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଛନ୍ତି ।

new life
You might also like
error: Content is protected !!