News
WhatsApp Image 2023-10-04 at 17.25.00
samparksetu

ଗୁମୁରି କାନ୍ଦୁଛି ବାନା ପାହାଡ଼

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଓଡାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଦକ୍ଷିଣ ପାର୍ଶ୍ୱରେ ଥିବା ବାନା ପାହାଡ଼ ଆଜି ଗୁମୁରି ଗୁମୁରି କାନ୍ଦୁଛି ।

ସୂଚନା ମୁତାବକ ଯେଉଁ ବାନା ପାହାଡ଼ ଦିନେ ସବୁଜିମାରେ ପରିପୂର୍ଣ୍ଣ ହୋଇ ପରିବେଶର ସୁରକ୍ଷା କବଚ ପାଲଟିଥିଲା । ସେ ଆଜି ତା ବକ୍ଷରୁ ହସି ଉଠୁଥିବା ଗଛ ଲତା ସବୁକୁ ହରାଇ ନିଜେ ଆଜି ଅର୍ଥ ପିପାସୁ ମନୁଷ୍ୟ ପାଖରେ ବନ୍ଧା ପଡ଼ିଛି।ପାହାଡ଼ଟି ଆଜକୁ ବହୁ ବର୍ଷ ପୁର୍ବରୁ ୫୫ ନମ୍ବର ରାଜପଥ ଠାରୁ ପ୍ରାୟ ୫୦୦ ମିଟର ଦୂର ବାବନ୍ଧ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଅବସ୍ଥିତ ।

ପାହାଡ଼ର ପାଦ ଦେଶରେ ଓଡ଼ାପଡ଼ା ପଂଚାୟତ ସମିତି ମହାବିଦ୍ୟାଳୟ ନିର୍ମାଣ ହୋଇଥିବା ବେଳେ। ସରକାର ନିର୍ମାଣ ହୋଇଥିବା ମହାବିଦ୍ୟାଳୟର ଭିତ୍ତି ଭୂମି ପାଇଁ ଯେତିକି ଜାଗା ଆବଶ୍ୟକ ସେହି ପାହାଡ଼ର ପାଦ ଦେଶରୁ ଦେବାପରେ, ବାକି ଥିବା ପାହାଡ଼କୁ ଅର୍ଥ ପିପାସୁ ମନୁଷ୍ୟ ସରକାର ଙ୍କୁ ହାତ ବାରିଶୀ କରି ପାହାଡ଼କୁ କାଟି ପରିବେଶକୁ ନଷ୍ଟ କରିବାରେ ଲାଗିଛି। ସରକାର ପରିବେଶ ସୁରକ୍ଷା ପାଇଁ ଅନେକ ଆଇନ ପ୍ରଣୟନ କରିଥିବା ବେଳେ ଅନେକ ଜାଗାରେ ବନୀକରଣ ମଧ୍ଯ କରୁଛନ୍ତି କିନ୍ତୁ ଓଡ଼ାପଡ଼ା ତହସିଲ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଅମାନୁଷିକ ଭାବେ ଏତେ ବଡ଼ ପାହାଡ଼ କାଟିବା ପାଇଁ ସରକାର କିପରି ଅନୁମତି ପ୍ରଦାନ କରୁଛନ୍ତି ତାହା ପ୍ରଶାସନର ସ୍ବଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି।

ଏ ନେଇ ଓଡାପଡା ତହସିଲଦାରଙ୍କୁ ଏହି ବିଷୟରେ ପଚାରିବାରୁ ସେ ଘଟଣା ବିଷୟରେ କିଛି ଜାଣି ନାହାନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଗଣ ମାଧ୍ୟମ ଠାରୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ଦୁଇଟି ଟିପର ଜବତ କରିବା ସହ କାମକୁ ବନ୍ଦ କରିଥିଲେ।

ହେଲେ ପାହାଡ଼ କାହିଁକି କଟା ଯାଉଛି, କାହାକୁ କାଟିବାକୁ ଅନୁମତି ଦିଆଯାଇଛି,କେତେ ମାଟି କାଟିବାକୁ ଅନୁମତି ଅଛି, ପ୍ରକୃତରେ ଅନୁମତି ଜାଗାରୁ ମାଟି କଟାଯାଉଛି କି ନାହିଁ ଠିକ୍ ରେ ତଦନ୍ତ ନକରି ଗୋଟିଏ ଦିନ ପରେ ପୁର୍ନବାର ସେହି ଜାଗାରୁ ଗଛ ଲତା ସହିତ ମାଟି କାଟିବା ଅନୁମତି ଦେବା ଏବେ ବୁଦ୍ଧି ଜିବି ମହଲରେ ଆଲୋଚନାର ବିଷୟ ପାଲଟିଛି ।

new life
You might also like
error: Content is protected !!