News
WhatsApp Image 2023-10-04 at 17.25.00
samparksetu

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଓଡ଼ାପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ମେରାମଣ୍ଡଳି ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଇଥିବା ଅଭିଯୋଗ ହେଉଛି । ବିଧାୟିକାଙ୍କ ପାଣ୍ଠିରୁ ୩ଲକ୍ଷ ୫୦ ହଜାର ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ ହେଉଛି । ଗ୍ରାମର ଗାଣ୍ଡୁ ମାଳି ଛକ ଠାରୁ ଶ୍ରୀଧର ସେଠୀ ଘର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣର କାର୍ଯ୍ୟଦେଶ ନୀଳମଣି ରଣାଙ୍କ ନାଁରେ ରହିଛି । ଏବେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କଂକ୍ରିଟ୍ ଢଳେଇ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରାସ୍ତା ମେଟାଲିଂ ଢଳେଇ ଓ ଉପରେ କଂକ୍ରିଟକୁ ମିଶାଇ ୮ଇଞ୍ଚର ରାସ୍ତା ହେବାକୁ ନିୟମ ଥିବା ବେଳେ ମାତ୍ର ୩ ଇଞ୍ଚର ଢଳେଇ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି କାର୍ଯ୍ୟ ହେଲେ ଖୁବ୍‌ କମ୍ ଦିନରେ ରାସ୍ତା ନଷ୍ଟ ହୋଇଯିବା ଅଭିଯୋଗ କରିବା ସହ କାର୍ଯ୍ୟସ୍ଥଳରେ ଥିବା ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କାମ ସଠିକ୍ ଭାବେ ହେଉଥିବା କହି ଯନ୍ତ୍ରି ସେଠାରୁ ପଳାଇ ଯାଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବର୍ଷାଦିନେ ଏଠାରେ ରାସ୍ତା ଉପରେ ପାଣି ଜମି ରହୁଥ‌ିବା ବେଳେ ପାର୍ଶ୍ଵରେ ଡ୍ରେନ୍ ନିର୍ମାଣ କରଯାଇନି। କେବଳ ଅର୍ଥ ହଡ଼ପ ଉଦ୍ଦେଶ୍ୟରେ ଯାହିତାହି କାର୍ଯ୍ୟ କରି ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯିବାର ନିୟମ ରହିଥ‌ିବା ବେଳେ ଫଳକ ନିର୍ମାଣ କରାନଯାଇ ଘରକାନ୍ଥରେ ସୂଚନା ଲେଖୁଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ଭୂଷଣ ପଣ୍ଡାଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇ ପାରିନଥିଲା।

new life
You might also like
error: Content is protected !!