News
WhatsApp Image 2023-10-04 at 17.25.00
samparksetu

ଆୟୁଷ ଡାକ୍ତର ଙ୍କ ସନ୍ଦେହ ଜନକ ମୃତ୍ୟୁ

ଆଜି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅବନୀ କାନ୍ତ ସାହୁ ଙ୍କର ପରଲୋକ ଘଟିଥିଲା ଜଣାପଡିଛି । ଡାକ୍ତର ଅବନୀ କାନ୍ତ ସାହୁଙ୍କର କିଛିଦିନ ହେବ ଅସୁସ୍ଥ ଥିଲେ ମଧ୍ୟ ତାଙ୍କର ଦୈନଦିନ କାର୍ଯ୍ୟ କରୁଥିଲେ । ଆଜି ସକାଳୁ କୈାଣସି କାର୍ଯ୍ୟରେ ଯିବାକୁ ମେଡିକାଲ ଗାଡ଼ି ଚାଳକ ଅବନୀ କାନ୍ତ ସାହୁଙ୍କୁ ରହୁଥିବା ଘରକୁ ଡାକିବାକୁ ଯାଇ ଦେଖିଲା ବେଳକୁ ଶ୍ରୀ ସାହୁ ରକ୍ତ ବାନ୍ତି କରି ଅଚେତ ହୋଇ ତଳେ ପଡିଥିଲେ ।

ଏହି ଖବର ପାଇ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରିବା ପରେ ଜଣାଗଲା ଶ୍ରୀ ସାହୁ ଙ୍କର ପରଲୋକ ହୋଇଯାଇଛି । ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କ ଠାରୁ ଖବର ପାଇ ଢେଙ୍କାନାଳ ସାଇଣ୍ଟିଫିକ ଦଳ ଘଟଣାସ୍ଥଳକୁ ଆସି ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଦେହ କୁ ପୋଷ୍ଟମର୍ଟମ ନିମନ୍ତେ ପଠାଇ ଦେଇଛନ୍ତି ।ଏ ସମ୍ପର୍କରେ ମୋଟଙ୍ଗା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମୋଟଙ୍ଗା ଥାନା ଅଧିକାରୀ ଏହାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶ୍ରୀ ସାହୁ ଙ୍କର କେଉଁ କାରଣରୁ ମୃତ୍ୟୁବରଣ ହୋଇଛି ତାହା ତଦନ୍ତ ପରେ ଜଣାପଡିଛି ବୋଲି ମେଡିକାଲ କର୍ତ୍ତୃପକ୍ଷ ଠାରୁ ପ୍ରକାଶ । ଡାକ୍ତର ଅବନୀ କାନ୍ତ ସାହୁ (୩୮) ଙ୍କର ଘର ପରଜଙ୍ଗ ଥାନା ଡିହଡୋଳ ଗ୍ରାମରେ ।

new life
You might also like
error: Content is protected !!