News
WhatsApp Image 2023-10-04 at 17.25.00
samparksetu

ହାଇୱା ସହ ବସ ମୁହାଁମୁହିଁ ଧକ୍କା ,୭କଲେଜ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ମାଟିଆସାହି ଠାରେ ବସ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ କଲେଜ ଛାତ୍ର ଛାତ୍ରୀ ଆହତ ହୋଇ ଚିକିତ୍ସିତ
ହେଉଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜେଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୋମବାର ଦିନ ୫୫ ନମ୍ବର ଜାତୀୟ ରାଜପଥର ମାଟିଆ ସାହିଠାରେ ହିନ୍ଦୋଳ ଆଡକୁ ଯାଉଥିବା ଯାତ୍ରୀବାହି ବସ ସହ ବିପରୀତ ଦିଗରୁ ଆସୁଥିବା ଏକ ପିଚୁ ବୋଝେଇ ହାଇୱା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଯାଉଥିବା ଯାତ୍ରୀମାନେ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆହତ ଏବଂ ଗୁରୁ୍‌ତର ମାନଙ୍କୁ ଓଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଆହତ ହୋଇଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଓଡାପଡା ପଞ୍ଚାୟତ ସମିତି ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ଜଣାପଡିଥିଲା ।ଦୁର୍ଘଟଣାରେ ୭ଜଣ ଆହତ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।

new life
You might also like
error: Content is protected !!