News
WhatsApp Image 2023-10-04 at 17.25.00
samparksetu

୧୬୦ ମିଟର ବିଶିଷ୍ଟ ଚିମିଣି ଭlଙ୍ଗିବାର ପ୍ରୟାସ ହେଲା ବିଫଳ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଖଡ଼ଗ ପ୍ରସାଦ ଠାରେ ଗଢି ଉଠିଥିବା ଲାନକୋ ପାୱାର ପ୍ଲାଣ୍ଟ ର ଚିମିଣି ବ୍ଲାଷ୍ଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ କମ୍ପାନୀ ପକ୍ଷରୁ ଉଦ୍ୟମ ଆଜି ବିଫଳ ହୋଇଛି ।

ଏହି ବିସ୍ପୋରଣ ପାଇଁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ନିୟୋଜିତ ଥିଲେ ,ଚିମିଣି ର ଉଚତା ପ୍ରିୟ ୧୬୦ ମିଟର ବିଶିଷ୍ଟ ହୋଇଥିବା ବେଳେ ଉକ୍ତ ଚେମିଣି ୨୦୧୦ ମସିହାରୁ ତିଆରି ହୋଇଥିଲେ ମଧ୍ୟ୍ୟ ଏଯାବତ କାର୍ଯ୍ୟକ୍ଷମ ହେଇନାହିଁ ।

ଏହି ଚିମିଣି ଭାଙ୍ଗିବାକୁ ଆଗରୁ ଥରେ ପ୍ରୟlସ ହୋଇଥିବା ବେଳେ ଆଜି ଆଉଥରେ ୭୫୦ କିଲୋଗ୍ରାମ ବିସ୍ପୋରକ ସାମଗ୍ରୀ ବ୍ୟବହାର କରାଯାଇ ବିସ୍ପୋରଣ କରିବା ପାଇଁ ନନ ଇଲେକ୍ଟ୍ରିକାଲ ସିଷ୍ଟମ ଡିଜାଇନ ଜ୍ଞାନକୌଶଳ ବ୍ୟବହାର ହୋଇଥିଲା ।

ମାତ୍ର ବିସ୍ପୋରଣ ହେବା ବଦଳରେ ତଳକୁ କିଛି ଅଂଶ ଦବି ଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛନକା ପଶିଯାଇଥିଲା ।ତେବେ ଆଉ ୨୦ ଦିନ ପରେ ପୁନଃ ପ୍ରୟାସ କରାଯିବ ବୋଲି ଜଣାପଡିଛି ।

new life
You might also like
error: Content is protected !!