News
WhatsApp Image 2023-10-04 at 17.25.00
samparksetu

ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଚାଷି ମୃତ

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସକାଳେ ଓଡ଼ାପଡ଼ା ବ୍ଳକ କଣ୍ଟାବଣିଆ ଥାନା ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଗ୍ରାମ ନିକଟରେ ଗତ କିଛିଦିନ ହେବ ହାତୀପଲ ରହି ଫସଲ ନଷ୍ଟ କରୁଛନ୍ତି। ତେଣୁ ମଙ୍ଗଳପୁର ଗ୍ରାମର ଚାଷି ରଣଜିତ ରାଉତ ଆଜି ସକାଳେ ନିଜ ଚାଷ ଜମିକୁ ଦେଖିବାକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି ।

new life
You might also like
error: Content is protected !!