News
WhatsApp Image 2023-10-04 at 17.25.00
samparksetu

ଦୁଇ ଗୋଡ ସହିତ କିଡନୀ ଖରାପ , ତଥାପି ମିଳୁନାହିଁ ସରକାରୀ ସହାୟତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବାଇପାସରେ ରହୁଥିବା ଜନୈକ ବ୍ୟକ୍ତି ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇଥିବା ବେଳେ ତାଙ୍କର କିଡନୀ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ପରେ ମଧ୍ୟ ତାଙ୍କୁ ସରକାରୀସହାୟତା କିମ୍ବା ଟ୍ରାଇ ସାଇକେଲ ଟିଏ ମିଳି ପାରୁନଥିବାର ଜଣାପଡିଛି ।

ସରକାରଙ୍କ ତରଫରୁ ଅସହାୟ ବୃଦ୍ଧ ବୃଦ୍ଧା,ବିଦ୍ୟାଙ୍ଗ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଓଡାପଡା ବ୍ଳକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଓଡାପଡା ବାଇପାସ ନିକଟରେ ହରିହର ଅଗ୍ରୱାଲ ରହୁଥିବା ବେଳେ ଏକ ଦୁର୍ଘଟଣାରେ ଗତ ୧୨ ବର୍ଷ ତଳେ ତାଙ୍କର ୨ଟି ଯାକ ଗୋଡ ନଷ୍ଟ ହୋଇଯାଇଛି । ଏବେ ତାଙ୍କର କିଡନୀ ଖରାପ ହୋଇ ଯାଇଥିବାରୁ ବହୁ କଷ୍ଟରେ ରହୁଛନ୍ତି ।

ସରକାରଙ୍କ ତରଫରୁ ତାଙ୍କୁ କୌଣସି ସହାୟତା ମିଳି ପାରୁନଥିବାରୁସେ ଗୁରୁଣ୍ଡି ଗୁରୁଣ୍ଡି ତାଙ୍କ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ସହିତ ସାଇକେଲ ଟିଏ ଯୋଗାଇ ଦେବାକୁ ଦାବି ହୋଇଛି ।

new life
You might also like
error: Content is protected !!