ଓଡାପଡା ବ୍ଲକ କାମଳାଙ୍ଗ ରେ ଥିବା ସର୍ବ ପୁରାତନ ଶୈବ ପୀଠ ବାବା କମଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ ବି.କେ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଢ଼େଙ୍କାନାଳ ରେ ଏକ ସଭାର ଆୟୋଜନ କରାଯାଇଥିଲା ଢେଙ୍କାନାଳ ଜିଲ୍ଲା ପରିଚାଳନା ସଦସ୍ୟ ସଂଗ୍ରାମ ମହାପାତ୍ର ଙ୍କ ତତ୍ବାବଧାନରେ କାର୍ଯ ସମ୍ପାଦନା ହୋଇଥିଲା |
ପ୍ରଥମେ ମହାଦେବ ବାବା ବିଶେଶ୍ବର ଓ ମାତା ପାର୍ବତୀଙ୍କ ପୂଜା ଜଥା ବିଧି କରିବା ପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା | ପରେ ଶୈବ ମାନଙ୍କୁ ନେଇ ଏକ ସଭା ହୋଇଥିଲା | ଉକ୍ତ ସଭାରେ କିଭଳି ଶୈବ ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ତା ନେଇ ଆଲୋଚନା ହୋଇଥିଲା | ବେଦ କର୍ମକାଣ୍ଡ, ଶୈବ ସଂସ୍କୃତି ର ପୁନରୁଦ୍ଧାର ଆଦିଉପରେ ଆଲୋଚନା ହୋଇଥିଲା |
ଆଗକୁ କିଭଳି ଶୈବ ସେବାୟତ ମାନଙ୍କୁ ସରକାରୀ ସହଯୋଗ ମିଳିବ ଶୈବ ସେବାୟତ ମାନେ ସରକାରି ସ୍ତରରେ କିଭଳି ଉପକୃତ ହେବେ ଏନେଇ ଏକ ବିଶେଷ ଆଲୋଚନା ହୋଇଥିଲା | ଏଥିରେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ବ୍ଲକ ରେ ଥିବା ସମସ୍ତ ଶିବ ଶକ୍ତି ମନ୍ଦିର ପୂଜକ ମାନେ ସାମିଲ ହୋଇଥିଲେ |
ଜିଲ୍ଲା ସଭାପତି ସ୍ଵାଧୀନ ମହାପାତ୍ର,ରାଜ୍ୟ ସାଂସ୍କୃତିକ ସମ୍ପାଦକ ଓ ଜିଲ୍ଲା ସମ୍ପାଦକ ଦେବୀଦତ୍ତ ମହାପାତ୍ର,ବେଣୁଧର ମହାପାତ୍ର ମାୟାଧର ମହାପାତ୍ର କୈବ୍ୟାଲ୍ୟ ମହାପାତ୍ର ବିକାଶ ଦାସ ପ୍ରଜ୍ଞାଂଶୁ ଦାସ ଲମ୍ବୋଦର ଦାସ ଏବଂ ଅନ୍ୟ ଶୈବ ବିପ୍ର ମାନେ ସାମିଲ ହୋଇଥିଲେ |
ଆଗକୁ ଢେଙ୍କାନାଳ ରେ ବିଭିନ୍ନ ଶୈବ କ୍ଷେତ୍ର ରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲା ସଭାପତି କହିଛନ୍ତି |ସଭା ଶେଷରେ ବେଣୁଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସଭା ଶେଷ କରିଥିଲେ |