News
WhatsApp Image 2023-10-04 at 17.25.00
samparksetu

ତାଳଡ଼ଙ୍ଗା – ସୁରଭି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ; ୨ଦିନରେ ରାସ୍ତାରୁ ଉଠିଗଲା ପିଚୁ

ଓଡ଼।ପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ତାଳଡ଼ଙ୍ଗା ଗ୍ରାମରୁ ସୁରଭି ଗ୍ରାମକୁ ଯାଇ ଥୁବ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଗ୍ରାମବାସୀ ଆଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ରାସ୍ତାରୁ ପିଚୁ ଉଠି ଯାଉଛି । ଯାହା ଫଳରେ ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।

ଗ୍ରାମବାସୀ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବାରମ୍ବାର ଦାବି ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତାରେ ପିଚୁ ପକା କାର୍ଯ୍ୟ ଚାଲିଛି । ରାସ୍ତାକୁ ଖୋଳି ମେଣ୍ଟାଲ ଓ ଗୋଡି ପକାଇ ଠିକ ଭାବେ ନିର୍ମାଣ କାର୍ଯ୍ୟ କରି ପିଚୁ ପକାଯିବା ପରିବର୍ତ୍ତେ ପୁରୁଣା ରାସ୍ତା ଉପରେ ପିଚୁମିଶା ବଜୁରି ପକାଇଯାଇ ରୋଲିଂ କରାଯାଇଛି । ଯାହା ଫଳରେ ଦିନକ ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ଛାଡୁ ଥିବାର ଦେଖିବାକୁ ମିଳିଛି ।

ଏ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ମାଣ କାର୍ଯ୍ୟ କରୁଥିବା ଠିକାସିଂସ୍ଥା କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!