News
WhatsApp Image 2023-10-04 at 17.25.00
samparksetu

ବିପଦକୁ ଡାକୁଛି ଅଙ୍ଗନବାଡି କେନ୍ଦ୍ର ନିକଟ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର

ଶକ୍ତିଶାଳୀ ବିଦ୍ୟୁତ ଟ୍ରାନ୍ସଫର୍ମର ଏବେ ଓଡାପଡା ଅଞ୍ଚଳରେ ବିଭନ୍ନ ଜାଗାରେ ମୁକୁଳା ହୋଇ ପଡିଛି l ସର୍ବସାଧାରଣଙ୍କ ପାଇଁ ବିପଦ ବଢ଼ାଉଛି, ହେଲେ ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ସୂଚନା ନାହିଁ, କେଉଁଠି ବିଦ୍ୟାଳୟ ପାଖରେ ତ କେଉଁଠି ଗୋର ଚରୁଥିବା ସ୍ଥାନରେ, ତ କେଉଁଠି କୁନି କୁନି ପିଲାଙ୍କ ଅଙ୍ଗନବାଡି କେନ୍ଦ୍ର ପାଖରେ ଶକ୍ତିଶାଳୀ ବିଦ୍ୟୁତ ଟ୍ରାନ୍ସଫର୍ମର ସବୁ ଖୋଲା ମୁକୁଳା ହୋଇ ପଡ଼ିଛି ।

ଓଡ଼ାପଡ଼ା ବ୍ଲକ ସିମିନଇ ଗ୍ରାମ ଓ ଭଗବାନପୁର ନୂଆ ସାହି ଗ୍ରାମ ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ରହିଛି ଦୁଇ ଦୁଇଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର , ଚାରିପଟେ ନା ଅଛି ତାର ଜାଲି ନା ଅଛି ପାଚେରୀ । ଏଠି ପଢିବାକୁ ଆସୁଥିବା କୁନି କୁନି ପିଲାମାନେ କେତେ ସୁରକ୍ଷିତ । ପିଲାମାନେ ଟିକେ ଖେଳିବା ପାଇଁ ବାହାରକୁ ବାହାରି ପାରୁଛନ୍ତି ନା ଟ୍ରାନ୍ସଫର୍ମର ପାଖରେ ଥିବା ପାଇଖାନା କୁ ବ୍ୟବହାର କରିପାରୁଛନ୍ତି।

ଏପରିକି ରାସ୍ତାର ପାର୍ଶ୍ଵରେ ଥିବା ତାର କନେକଟର ସବୁ ମୁକୁଳା ହୋଇ ପଡ଼ିଥିବାରୁ ଆଗାମୀ ଦିନରେ କୁନି କୁନି ପିଲାଙ୍କ ପାଇଁ ଏହା ଏକ ବୈଦୁତିକ ଅଘଟଣକୁ ଏଡେଇ ଦେଇ ପାରିବ ନାହିଁ ।ଏହିପରି ମୁକୁଳା ଟ୍ରାନ୍ସଫର୍ମର ପ୍ରାୟ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପାଖରେ ଦେଖିବାକୁ ମିଳୁଥିବା ବେଳେ ନା ଶିକ୍ଷା ବିଭାଗର ନଜର ଅଛି ନା ବିଦ୍ୟୁତ ଅଧିକାରୀ ଙ୍କ ନଜର ପଡୁଛି ।

new life
You might also like
error: Content is protected !!