News
WhatsApp Image 2023-10-04 at 17.25.00
samparksetu

ଶିକ୍ଷକ ମାନଙ୍କ ଆନ୍ଦୋଳନରେ ପାଠ ପଢା ଠପ

ଓଡାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଯାହାକି ଆଜି ଷଷ୍ଠ ଦିବସରେ ପହଞ୍ଚିଥିଲେ ମଧ୍ୟ ଧାରଣା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବାର ବ୍ଲକ ସଂଗଠନ ନେତୃତ୍ୱମାନେ ଏକ ପ୍ରେସ ବିବୃତ୍ତିରେ ଜଣାଯାଉଛି ।

ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜର ୩ଦଫା ନ୍ୟାର୍ଯ୍ୟଦାବୀ ସରକାର ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଅଛନ୍ତି । ଓଡାପଡା ବ୍ଲକର ଶତାଧିକ ବିଦ୍ୟାଳୟରେ ଆଜି ତାଲା ଝୁଲିବା ଦେଖାଯାଇଛି । ଶିକ୍ଷକ ମାନଙ୍କ ଆନ୍ଦୋଳନ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦହେବା ସହିତ ପିଲାମାନଙ୍କର ପାଠ ପଢା ଏକ ପ୍ରକାର ଠପ ହୋଇଯାଇଛି । ଏକ୍ସ କ୍ୟାଡରର କେତକ ଶିକ୍ଷକ ଏବଂ କାଁ ଭାଁ କେତେକ ଶିକ୍ଷକ ବିଦ୍ୟାଳୟ ଖୋଲା ରଖିଥିବାର ଦେଖା ଦେଇଥିଲେ ମଧ୍ୟ ପ୍ରାୟତଃ ଶତକଡା ଅଶି (୮୦) ଭାଗ ବିଦ୍ୟାଳୟ ବନ୍ଦ ରହିଛି । ଏସବୁ ନେଇ ଅଭିଭାବକ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏପଟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ବ୍ଲକ ସଂଗଠନର ସଭାପତି ବିଭୁତି ଭୂଷଣ ଦାଶଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରତ ଅଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନରେ ଉପସଭାପତି ବିରଞ୍ଚି ନାରାୟଣ ଦାଶ ଶିକ୍ଷକ ସମାଜକୁ ଉଦବୋଧିତ କରି କହିଛନ୍ତି ଯେ ଶୃଙ୍ଖଳିତ ଭାବେ ଆମେ ଦାବି ହାସଲ କରିବା ପାଇଁ ଆମେ ଧାରଣାରତ ଏବଂ ଛାତ୍ରଛାତ୍ରୀ ମାନଙ୍କ ଚିନ୍ତା ଆମ ମାନଙ୍କର ଅଛି ।

୨ ବର୍ଷ କରୋନାରେ ଯେପରି ଛାତ୍ରଛାତ୍ରୀ ମାନଙ୍କ ପାଠ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ମନଧ୍ୟାନ ଦେଇ ପୂରଣ କରିଥିଲେ,ବର୍ତମାନ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାରେ ଯେଉଁ କ୍ଷତି ଘଟିବ ଆମେ ଦଶହରା ଛୁଟିରେ ମଧ୍ୟ ତାହା ପୂରଣ କରିବୁ ବୋଲି ସାମ୍ବାଦିକ ମାନଙ୍କର ଏକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।

new life
You might also like
error: Content is protected !!