News
WhatsApp Image 2023-10-04 at 17.25.00
samparksetu

ସୁବୋଧ ଙ୍କ ଓଜେଏସ୍ ପରୀକ୍ଷାରେ ସଫଳତା

କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ସୁବୋଧ କୁମାର ସେଠୀ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍)ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।ସ୍ବର୍ଗତ ଜଗନ୍ନାଥ ସେଠୀ ଓ ଭାନୁମତି ସେଠୀଙ୍କ ପୁଅ ଏବେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି ।

ଓଜେଏସ୍ ରେ ସେ ସାରା ଓଡ଼ିଶାରେ ୪୬ତମ ସ୍ଥାନରେ ରହିଥିବା ଜଣାପଡିଛି। ସେ ୨୦୦୮ ମସିହାରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିସାରିବା ପରେ ଢେଙ୍କାନାଳ ଜୁନିଅର କଲେଜରେ ଶିକ୍ଷାଲାଭ କରିଥିଲେ ।

ପରେ କଟକ ଆଇନ ବିଶ୍ବବିଦ୍ୟାଳୟରୁ ଓକିଲାତି ପାସ୍ କରିଥିଲେ ।ପରବର୍ତ୍ତୀ ସମୟରେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡିଶା ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ ଆରମ୍ଭ କରିଥିଲେ ।

୮ ବର୍ଷ ସେ ଏହି ପଦବୀରେ କାର୍ଯ୍ୟ କରୁଥିବା ବେଳେ ଏହା ମଧ୍ଯରେ ସେ ଓଜେଏସ ପାଇଁ ପ୍ରସ୍ତୁତି କରିବା ସହ ଗତ ବର୍ଷ ପରୀକ୍ଷା ଦେଇଥିଲେ ।ଆଜି ଏହାର ଫଳାଫଳ ପ୍ରକାଶନ ପାଇଥିଲା ।ଏହି ସଫଳତା ପାଇଁ ଆଜି ଅଞ୍ଚଳ ବାସୀଙ୍କ ପକ୍ଷରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି ।ପ୍ରକାଶ ଯେ,ସୁବୋଧ ଙ୍କ ବାପା ପୁଲିସ ଅଧିକାରୀ ଭାବେ କାର୍ଯ୍ଯ କରିଥିବା ବେଳେ ତାଙ୍କ ବଡଭାଇ ସରୋଜ ମଧ୍ଯ ଏବେ ପୁଲିସ ବିଭାଗରେ କାର୍ଯ୍ଯ କରୁଛନ୍ତି।

new life
You might also like
error: Content is protected !!