News
WhatsApp Image 2023-10-04 at 17.25.00
samparksetu

ଦନ୍ତା ନେଲା ଆଉ ଏକ ଜୀଵନ !

ହାତୀ ଆକ୍ରମଣରେ ଦୈନିକ ଜଣେ ମଣିଷ ମୃତ୍ୟୁବରଣ କରିବା ଏକ ଧାରାରେ ପରିଣତ ହୋଇଯାଇଛି ,ମାତ୍ର ଦିନେ ଦୁଇଦିନ ଭିତରେ ପୁଣି ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମରିଛନ୍ତି l ଖବରରୁ ପ୍ରକାଶ ଯେ ଆଜି ସକାଳ ୫ଟା ସମୟରେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଉପଖଣ୍ଡ ବନାଞ୍ଚଳର ପଡା ଯତନନଗର ବାସି ସ୍ବର୍ଗତ ସଦାନନ୍ଦ ଭୋଇଙ୍କ ପୁତ୍ର ଟଙ୍କଧର ଭୋଇ(୫୫) ଶୌଚ ହେବାକୁ ଘର ନିକଟ ପଡିଆ ଯାଇଥିଲେ ।

ମାତ୍ର ସେଠାରେ ପୂର୍ବରୁ ଥିବା ବଣୁଆ ହାତୀ ସହ ମୁହାଁମୁହିଁ ହୋଇଯିବାରୁ ଟଙ୍କଧର ପଳାଇପାରୀ ନଥିଲେ ଏବଂ ହାତୀ ତାଙ୍କୁ ହଟାତ ଆକ୍ରମଣ କରିବା ସହ ଦଳି ଚକଟି ଷୁଣ୍ଢରେ କଚାଡି ପିଟି ଦେବା ଫଳରେ ଘଟଣା ସ୍ଥଳରେ ଟଙ୍କଧର ଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ସ୍ଥାନୀୟ ଜନସାଧାରଣ ହିନ୍ଦୋଳ ବନବିଭାଗର ଅବହେଳା ଏବଂ ହାତୀ ଆକ୍ରମଣ ରେ ମୃତ୍ୟୁବରଣ କରିଥିବାରୁ ଟଙ୍କଧରଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବା ସହ ଆନ୍ଦୋଳନ କରିଥିଲେ!ଖବର ପାଇ ହିନ୍ଦୋଳ ବନାଧିକାରୀ ଓ ପୋଲିସ ଯାଇ ଜନସାଧାରଣଙ୍କୁ ବୁଝାସୁଝା କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେବାରୁ ଆନ୍ଦୋଳନ ବନ୍ଦ ହୋଇଥିଲା ।

ବନବିଭାଗ ପୋଲିସ ସହାୟତାରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନଭିନ କରୁଛି ।ହିନ୍ଦୋଳ ଜନସାଧାରଣ ହାତୀ ଆକ୍ରମଣ ରେ ବାରମ୍ବାର ମଣିଷ ମୃତ୍ୟୁକୁ ନେଇ ଭୟ ଓ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ବେଳେ ହିନ୍ଦୋଳ ବନବିଭାଗ ଓ ହିନ୍ଦୋଳ ବନବିଭାଗ ଅଧିକାରୀଙ୍କ କାର୍ଯ୍ୟରେ ସନ୍ଦେହ ପ୍ରକଟ କରି କାହିଁକି ହିନ୍ଦୋଳ ବନବିଭାଗ ଅଧିକାରୀ ଙ୍କ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିବା ସହ କେତେଦିନ ଆଉ ହାତୀ ଆକ୍ରମଣ ରେ ମଣିଷ ମୃତ୍ୟୁର ଲୀଳା ଚାଲିବ ବୋଲି ପ୍ରଶ୍ନ କରି ବିହିତ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!