News
WhatsApp Image 2023-10-04 at 17.25.00
samparksetu

ଚୋରା ବନ୍ଧୁକ କାରଖାନା ସହ ବନ୍ଧୁକ ଠାଵ!

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ପୋଲିସ, ଓ ହିନ୍ଦୋଳ ବନବିଭାଗ ଦ୍ୱାରା ପୃଥକ ପୃଥକ ଘଟଣାରେ ବନ୍ଧୁକ କାରରଖାନା ଓ ଜନ୍ତୁ ଶିକାରୀ ଧରା ପଡିଛନ୍ତି । ଖବରରୁ ପ୍ରକାଶ ଜେ ଗତକାଲି ତିନିଜଣ ଜନ୍ତୁ ଶିକାରୀ ଙ୍କୁ ଜଙ୍ଗଲରୁ ଗିରଫ କରିଥିଲା ହିନ୍ଦୋଳ ବନ ବିଭାଗ ।

ଘଟଣା ସୂତ୍ରରୁ ପ୍ରକାଶ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପଡା ଗ୍ରାମର – ଲିଙ୍କନ ସେଠୀ, ଦୁଷ୍ମନ୍ତ ସାହୁ, ଓ ଗୁମାନୀ ସେଠୀ ଙ୍କୁ ସଂଧ୍ୟା ସମୟରେ ଗୋଟିଏ ବନ୍ଧୁକ,ଗୁଳି ସହିତ ଏକ ହେଡ୍ ଲାଇଷ୍ଟି କୁ ଜବତ୍ କରିଛି ହିନ୍ଦୋଳ ବନ ବିଭାଗ, ଏମାନେ ସମସ୍ତେ ହାତୀ, ବାଘ, କୁଟୁରା, ବାରହା ଇତ୍ୟାଦି ବାନ୍ୟଜନ୍ତୁ ଅବାଧରେ ଶିକାର କରୁଥିଲେ ।

ଏହି ଜନ୍ତୁ ଶିକାରୀ ମାନଙ୍କ ଠାରୁ ଜବତ ହୋଇଥିବା ବନ୍ଧୁକ ଓ ସେମାନଙ୍କ ଠାରୁ ମିଳିଥିବା ବୟାନରୁ ହିନ୍ଦୋଳ ପୋଲିସ କୁ ଚୋରା ବନ୍ଧୁକ କାରବାରର ସୁରାକ ମିଳିଥିଲା , ଏହି ତଥ୍ୟକୁ ଆଧାର କରି ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଗତକାଲି ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ମାହାଲୁଣ୍ଡା ଗ୍ରାମରେ ଚଢ଼ାଉ କରି ଚୋରା ବନ୍ଧୁକ କାରଖାନା ଠାଵ କରିବା ସହ ଜଣେ ଯୁବକଙ୍କୁ ବନ୍ଧୁକ ସହ ଗିରଫ କରି ବନ୍ଧୁକ ତିଆରି ସରଞ୍ଜାମ, ଗୁଳି, ବାରୂଦ, ପାଇପ, ଯନ୍ତ୍ରାଂଶ ଇତ୍ୟାଦି ଜବତ କରିଥିଲେ ।

ଗିରଫ ଯୁବକ ମାହାଲୁଣ୍ଡା ଅଂଚଳର ବିଶୁ ମହାରଣା , ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିନ୍ଦୋଳ ପୋଲିସ ସୂତ୍ରରୁ ପ୍ରକାଶ । ଏଠାରେ ପ୍ରଶ୍ନ ଉଠେ ଏହି ଚୋରା ବନ୍ଧୁକ କାରଖାନା କେବେଠୁ ଚାଲିଥିଲା, ପୋଲିସ କିପରି ଓ କାହିଁକି ଏହାର ସୁରାଗ ପାଇପାରି ନଥିଲା । ଏହାର ମୁଖ୍ୟ କାରପେଟାର କିଏ, ଏଥିରେ ଆଉ କିଏ କିଏ ସମ୍ପୃକ୍ତ, ଏହି ଚୋରା ବନ୍ଧୁକ କାରବାର ପାଇଁ ବଡ଼ ବଡ଼ ଅପରାଧ ଘଟିବାର ମଧ୍ୟ ସମ୍ଭାବନା ଅଛି ଏଣୁ ସେ ସବୁ ଲୋକଲୋଚନକୁ ଆସିବା ଦରକାର ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି ।

new life
You might also like
error: Content is protected !!