ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ପଳାଶ ପିଠିଆ ଗୋଡ଼ା ରାସ୍ତାରେ ଗତକାଲି ଜଣେ ବାଇକ ଆରୋହୀ ଙ୍କର ଦୁର୍ଘଟଣା ରେ ମୃତ ହୋଇଛି ।
ଖବର ନେବାରେ ଜଣାଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅତା ଗ୍ରାମ ର ପ୍ରଦୀପ୍ତ ସାହୁ (୫୬) ବାରୁଆଁ ସ୍ଥିତ ତାଙ୍କ ସଂପର୍କୀୟ ଘରକୁ ଯାଉଥିବା ସମୟରେ ପଳାଶପିଠିଆ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ ।
ଦମକଳ ବାହିନୀ ର କର୍ମଚାରୀ ତାଙ୍କୁ ଭୁବନ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ,ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଦୀପ୍ତ ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ କଟକ ନେବା ରାସ୍ତାରେ ତାଙ୍କର ମୃତ ହୋଇଥିଲା । ତାଙ୍କ ସହ ଯାଉଥିବା ତାଙ୍କ ଭଣଜା ସତ୍ୟ ବିନାୟକ ଖୁଣ୍ଟିଆ (୯)ମଧ୍ୟ ଆହତ ହୋଇ ଢେଙ୍କାନାଳ ରେ ଚିକିତ୍ସା ହେଉଥିବା ଜଣାଯାଇଛି ।