News
WhatsApp Image 2023-10-04 at 17.25.00
samparksetu

ପଲ୍ଲିଶ୍ରୀ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଚଳିତ ବର୍ଷ ୨୦୦ ଟି ଷ୍ଟଲର କରାଯାଇଛି ବ୍ୟବସ୍ଥା

ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦବଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ମା ଗଜ ଲଷ୍ମୀଙ୍କ ପୂଜା ଅବସରରେ ପଲ୍ଲିଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l

ଚଳିତ ବର୍ଷ ପଲ୍ଲିଶ୍ରୀ ମେଳା ଅକ୍ଟବର ୨୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ମହିଷାପାଟ ଠାରେ ଅନୁଷ୍ଠିତ ହେବ l ଏହି ଅବସରରେ ସମୁଦାୟ ୨୦୦ ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି l ସେଥିମଧ୍ୟରୁ ମିଶନ ଶକ୍ତି ଷ୍ଟଲ ୨୦ଟି, ହସ୍ତଶିଳ୍ପ ଷ୍ଟଲ ୧୦ଟି ରହିବ l ଏହାଛଡା ଫୁଡ କୋର୍ଟରେ ୧୨ଟି ଷ୍ଟଲ ରହିବ l ପ୍ରତିଦିନ ପଲ୍ଲିଶ୍ରୀ ମେଳରେ ୨୦ ହଜାର ଲୋକଙ୍କ ସମାଗମ କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା, ଅଗ୍ନିନିରାପକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି l

ଏହା ଛଡା ପ୍ରତିଦିନ ସଫେଇ କାର୍ଯ୍ୟ କରିବା, ଆଗନ୍ତୁକ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବା ଓ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁ କହିଛନ୍ତି l ଏହାସହ ପଲ୍ଲିଶ୍ରୀ ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଏହି ବୈଠକ ରେ ସ୍ଥିର କରାଯାଇଛି l ଆଗତ ଦୁର୍ଘଟଣାକୁ ନଜରରେ ରଖି ପଲ୍ଲିଶ୍ରୀ ମେଳା ପାଇଁ ୫କୋଟି ଟଙ୍କାର ବୀମା କରାଯିବ ବୋଲି ଓରମାସ ର ଡେପୁଟି ସି. ଇ. ଓ ଶ୍ରୀ ସୌରଭମୟ ଦାସ ସୂଚନା ଦେଇଥିଲେ l

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ରମେଶ ଚନ୍ଦ୍ର ସେଠି, ଢେଙ୍କାନାଳ ସଦର ଉପ ଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ l

new life
You might also like
error: Content is protected !!