News
WhatsApp Image 2023-10-04 at 17.25.00
samparksetu

ଡାକ୍ତର ଙ୍କୁ ମାଡ଼ ମାରି ବନ୍ଧା ହେଲେ ଯୁବକ

ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କୁ ମାଡ଼ ମାରି ବନ୍ଧା ହେଲେ ଯୁବକ l ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଜଣେ ଡାକ୍ତର ସୋମେନ୍ଦ୍ର ସାହୁ ଙ୍କୁ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ମାଡ଼ ମାରିଥିଲେ l ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି l ଏ ନେଇ ଡାକ୍ତର ସୋମେନ୍ଦ୍ର ସାହୁ ପରଜଙ୍ଗ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଯୁବକ ଦୋମୁହାଁଣି ଗାଁ ର ନିର୍ମଳ ଚନ୍ଦ୍ର ପରିଡା ଓ ଜଣେ ସହଯୋଗୀ ଙ୍କୁ ବାନ୍ଧିଛି ପୋଲିସ l

ତେବେ ସେପଟେ ନିର୍ମଳ ଙ୍କ ପରିବାର ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି l ବିଳମ୍ବିତ ରାତିରେ ଦେହ ଦେଖାଇ ବାକୁ ଆସି ବାରମ୍ବାର କଲିଙ୍ଗ ବେଲ ମାରିବା ସତ୍ତ୍ୱେ ଡାକ୍ତର ବାବୁ ବିଳମ୍ବରେ କବାଟ ଖୋଲିବା ଓ ଖରାପ ବ୍ୟବହାର ଦେଖାଇବା ନେଇ ଅଭିଯୋଗ ହୋଇଛି l ତେବେ ଏନେଇ ଡାକ୍ତର ସୋମେନ୍ଦ୍ର ସାହୁ ଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଉଭୟ ଅଭିଯୋଗ ଆଧାର ରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି l

new life
You might also like
error: Content is protected !!