News
WhatsApp Image 2023-10-04 at 17.25.00
samparksetu

ରକ୍ଷଣାବେକ୍ଷଣା ଅଭାବରୁ ପିଚୁ ରାସ୍ତା ଏବେ ମାଟି ରାସ୍ତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ଠାରୁ ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲରୁ ଏକ ଶାଖା କେନାଲ ବାହାରି ପରଜଙ୍ଗ ,ଜହ୍ନାପଡା, ଖଣ୍ଡୁଆଳମୁଣ୍ଡା , କନ୍ଦରସିଂହା, ଲୋଧଣୀ ପ୍ରଭୃତି ଗ୍ରାମପାଖ ଦେଇ ସାଆନ୍ଦା ଦେଇ କାମାକ୍ଷାନଗର ବ୍ଲକ ପଣ୍ଡୁଆ ଅଞ୍ଚଳକୁ ଯାଇଛି ।

ଉକ୍ତ ଶାଖା କେନାଲ ହେବାର ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ହେବ କରାଯାଇଥିବା ବେଳେ ପ୍ରଥମେ ଏହି କେନାଲ ପାଖରେ ପିଚୁ ତିଆରି ରାସ୍ତା କରାଯାଇଥିଲା ,ଫଳରେ ଏହି ରାସ୍ତାରେ କେନାଲ ରକ୍ଷଣାବେକ୍ଷଣା ଲାଗି ବିଭାଗୀୟ ଅଧିକାରୀଙ୍କ ଯାତାୟାତ ଓ ରାସ୍ତା ପାର୍ଶ୍ବରେ ରହିଥିବା ପ୍ରତ୍ୟେକ ଗ୍ରାମର ଚାଷୀ ହଳ ଲଙ୍ଗଳ ଓ ଟ୍ରାକ୍ଟର ପ୍ରଭୃତି ଧରି ନିଜ ଚାଷ ଜମିକୁ ଯିବା ଆସିବା କରିବାରେ ସହାୟକ ହୋଇଥାଏ ।

ପିଚୁ ତିଆରି ରାସ୍ତା ଉପରେ ଅଧିକାଂଶ ଲୋକଙ୍କ ହାଟ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମକୁ ଲୋକଙ୍କ ଚଳପ୍ରଚଳ କରିବା ଅତି ସହଜ ହୋଇଥିଲା ।ଏହାର କିଛି ବର୍ଷ ପରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ପିଚୁ ତିଆରି ରାସ୍ତା ଧୀରେ ଧୀରେ ଖରାପ ଦିଗକୁ ଗତି କରିବାକୁ ଲାଗିଲା ।

ଏହାକୁ ମରାମତି ନକରି ରାସ୍ତାରେ ଯେଉଁ ଜାଗାରେ ଗାଢ଼ ସୃଷ୍ଟି ଦେଖା ଦେଇଥାଏ ସେହି ଜାଗାରେ ପିଚୁ ପରିବର୍ତ୍ତେ ମାଟି ପକାଇ କାମ ଚଳାଇ ଦେଇଥାନ୍ତି ।ଏପରିକି ବର୍ତ୍ତମାନ ଏହି ରାସ୍ତାରୁ ସମ୍ପୂର୍ଣ ପିଚୁ ଉଭାନ ହୋଇ ମାଟି ରାସ୍ତାରେ ପରିଣତ ହୋଇଛି ।

ଯାହାକି ରାସ୍ତାଟି ଖାଲଖମଣରେ ପରିଣତ ହୋଇଯାଇଛି। ସାମାନ୍ୟ ବର୍ଷା ହେଲେ ରାସ୍ତାଟି ପାଣି କାଦୁଅରେ ବେହାଲ୍ ମାତିଥାଏ ।ଫଳରେ ଚାଷୀ ହୁଅନ୍ତୁ କିମ୍ବା ବିଭାଗୀୟ ଅଧିକାରୀ ହୁଅନ୍ତୁ ରାସ୍ତାରେ ଯିବା ଏକପ୍ରକାର କାଠିକର ପାଠ ହୋଇପଡ଼ିଥାଏ ।

ବର୍ତ୍ତମାନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆସିଥିଲେ ମଧ୍ୟ ଅବହେଳିତ ଭାବେ ରାସ୍ତାଟି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ରାସ୍ତାଟି ପିଚୁ ତିଆରି ହେଉଛି ନା ଭଲ ଭାବେ ମାଟି ରାସ୍ତା ହୋଇ ପାରୁଛି । ଯାହାକି ଚାଷୀ ମାନେ ଅନେକ ସମସ୍ୟା ଦେଇ ନିଜ ଚାଷ ଜମିକୁ ଯାଉଛନ୍ତି । ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ପ୍ରତ୍ୟେକ ଗ୍ରାମର ଚାଷୀ ପ୍ରଜା ମାନେ ଦାବି କରିଛନ୍ତି ।

new life
You might also like
error: Content is protected !!