News
WhatsApp Image 2023-10-04 at 17.25.00
samparksetu

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ନିକଟସ୍ଥ ଜାମୁନାଳି ଚକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଲିଜୁରୀ ସାହିର ଜମ୍ବୁରା ପୃଷ୍ଟି ଅନ୍ୟ ଜଣକ ହେଉଛନ୍ତି କମଳାଙ୍ଗ ଅଞ୍ଚଳର ସମ୍ରାଟ ରାଜ ।

ସୂଚନା ମୁତାବକ , ସମ୍ରାଟ ବିଲେଇଶୁଣି ରୁ ଦର୍ଶନ ସାରି ପରଜଙ୍ଗ ଅଭିମୁଖେ ଦ୍ରୁତ ଗତିରେ ନିଜ ବାଇକ ରେ ଆସୁଥିବା ବେଳେ, ଜମ୍ବୁରା ଏକ ବାଇକ ରେ ତାଙ୍କ ଘରୁ ଜାମୁନାଳି ଛକ ଅଭିମୁଖେ ଯାଉଥିବା ବେଳେ ଉଭୟ ମୁହାଁ ମୁହିଁ ଧକ୍କା ହୋଇଥିଲେ ।

ତେବେ ଉଭୟ ଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପରଜଙ୍ଗ ଓ ପରେ ସମ୍ରାଟ ଙ୍କ ଅବସ୍ଥା ଗୁରୁତର ଥିବାରୁ ଅନୁଗୁଳୁ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!