News
WhatsApp Image 2023-10-04 at 17.25.00
samparksetu

ଖୋଲୁନି ଧାନମଣ୍ଡି ,ହନ୍ତସନ୍ତ ଚାଷୀ ; ଦାବିପତ୍ର ଦେଲେ ହାଇକୋର୍ଟ ଓକିଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ନେତା ତଥା ହାଇକୋର୍ଟ ଓକିଲ ରମେଶ ଚନ୍ଦ୍ର ବେହେରାଙ୍କ ବିବୃତିରେ ଢେଙ୍କାନାଳ ଜିଲ୍ଲା ଚାଷୀକୁଳ ବର୍ତ୍ତମାନ ନିରାଶ ଏବଂ ହତାଶ ହୋଇପଡିଛନ୍ତି।କାରଣ ଠିକ୍ ଏହି ସମୟରେ ପ୍ରତିବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ସବଡିଭିଜନ ଅଧୀନସ୍ଥ ପ୍ରତ୍ୟେକ ପଞ୍ଚାୟତ ମାନଙ୍କରେ ଧାନମଣ୍ଡି ଖୋଲାଯାଇଥାଏ ।

ଯାହାକି ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯାଇଥାଏ ।ଅନ୍ୟତ୍ର ଜିଲ୍ଲା ମାନଙ୍କରେ ଧାନ କିଣା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ,ଯାହାକି ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକନ୍ ପାଇବା ଦୂରର କଥା ଏପର୍ଯ୍ୟନ୍ତ ଧାନମଣ୍ଡି ଖୋଲିବାର କୌଣସି ସୁରାକ ମଧ୍ୟ ନାହିଁ ,ଯାହା ଫଳରେ ଚାଷୀ ମାନଙ୍କ ମଧ୍ୟରେ ଚିନ୍ତାର କାରଣ ବଢ଼ାଇଦେଇଛି ।

ତୁରନ୍ତ ଧାନମଣ୍ଡି ଖୋଲି ଚାଷୀଙ୍କୁ ସଙ୍ଗେ ସଙ୍ଗେ ଟୋକନ ଯୋଗାଇ ଦେବାକୁ ହାଇକୋର୍ଟ ଆଡଭୋକେଟ ତଥା ଅଞ୍ଚଳର ନେତା ରମେଶ ଚନ୍ଦ୍ର ବେହେରା ଓ ଓଡ଼ିଶା ହାଇକୋର୍ଟ ଆଇନଜୀବୀ ସ୍ମିତାଲିନା ବେହେରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତତ୍ ସହିତ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରେ ଧାନମଣ୍ଡି ଖୋଲି ଚାଷୀଙ୍କ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!