News
WhatsApp Image 2023-10-04 at 17.25.00
samparksetu

ଗଡପଳାଶୁଣି ଅଞ୍ଚଳରେ ମରୁଡି ଆଶଙ୍କା ,ଫସଲ ବଞ୍ଚାଇବା ଲାଗି ଚାଷୀ ମାନଙ୍କ କସରତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳର ଗଡପଳାଶୁଣି ପଞ୍ଚାୟତ ତଥା ଆଖ ପାଖ ୯ଟି ପଞ୍ଚାୟତରେ ମରୁଡି ଆଶଙ୍କା ନେଇ ଚାଷୀଙ୍କୁ ଭାଳେଣୀ ପଡିଛି ।ଅଞ୍ଚଳ ପାହାଡ଼ିଆ ତଥା ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଚାଷୀ ମାନଙ୍କ ଜମିରେ ପାଣି ଅସୁବିଧା ହୋଇନଥାଏ ।

କିନ୍ତୁ ଚଳିତ ବର୍ଷ ଫସଲ ଅମଳ ହେବା ବେଳକୁ ବର୍ଷା ଉଭାନ ହୋଇ ଯାଇଥିବାରୁ ଫସଲ ହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଗଡପଳାଶୁଣି ପଞ୍ଚାୟତ ନିକଟସ୍ଥ ଅନ୍ୟ ୯ ଟି ପଞ୍ଚାୟତ ମଧ୍ୟରେ ଝିଲି ,ଦଶିପୁର , ପଙ୍ଗାତିରା , ବିରିବୋଳେଇ ,ଚାନ୍ଦପୁର ମାହବିରୋଡ ,କଟୁରିଆ ,ଘାଗରମୁଣ୍ଡା ପ୍ରଭୃତି ପଞ୍ଚାୟତ ଗୁଡିକରେ ରହିଥିବା ନାଳି ଓ ପଶିରେ ରହିଥିବା ଫସଲ ଜମି ସବୁ ଶୁଖିଲା ଅବସ୍ଥାରେ ରହିଛି ତଥାପି ଫସଲ ଅମଳ କରିବା ପର୍ଯ୍ୟନ୍ତ ଚାଷୀ ବିଭିନ୍ନ ଉପାୟ ପ୍ରୟୋଗ କରି ନିଜ ନିଜ ଚାଷ ଜମିକୁ ବଞ୍ଚାଇବା ଲାଗି ଅକ୍ଳାନ୍ତ ପରିଶ୍ରମ କରି ଚାଲିଛନ୍ତି ।

ଚାଷ କିପରି ଅମଳ ହେବ ସେଥି ଲାଗି କୃଷି ବିଭାଗ ଉପରେ ନଜର ନାହିଁ କିମ୍ବା ଚାଷୀଙ୍କ ଦୁଃଖ ସୁଖରେ ଆସି କଥା ହେବା ସେମାନଙ୍କ ପକ୍ଷେ ସମୟ ନାହିଁ । ଚାଷୀ ମାନଙ୍କ ଜମିରେ କିପରି ପାଣିର ବନ୍ଦୋବସ୍ତ କରାଯିବ ଏଥି ଲାଗି ବାରମ୍ବାର ଦାବି ହେଉଥିଲେ ସୁଦ୍ଧା କୌଣସି ପ୍ରତିକାର ନହେବାରୁ ଚାଷୀ ମାନେ ଅନେକ ଅସୁବିଧା ଭୋଗିବାକୁ ପଡୁଛି ।

ଏକର ଏକର ଚାଷ ଜମିରେ ପାଣି ମାଡ଼ିବା ପାଇଁ ବୋରୱେଲ ନିତ୍ୟାନ୍ତ ଆବଶ୍ୟକ ବୋଲି ଚାଷୀ ଦାବି କରୁଛନ୍ତି ।ଏହା ଦ୍ଵାରା ତୈଳ ବୀଜ ଜାତୀୟ ଫସଲ , ରବି ଫସଲ ଅମଳ ଯଥେଷ୍ଟ ପରିମାଣରେ ଚାଷୀ ଅମଳ କରିପାରନ୍ତେ, ତୁରନ୍ତ ଚାଷୀଙ୍କ ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି ।

new life
You might also like
error: Content is protected !!