News
WhatsApp Image 2023-10-04 at 17.25.00
samparksetu

ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ସମାବେଶ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଢା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଯୁବ ସଂଗଠକ ଅଶୋକ କୁମାର ଦଳବେହେରା ଓ ଅଭୟ ସାହୁଙ୍କ ଆହ୍ଵାନ କ୍ରମେ ସମାବେଶର ଆୟୋଜନ କରାଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସଂଗଠନର ସଦସ୍ୟ ଅକ୍ଷୟ କୁମାର ନାୟକ ଅଥିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିଥିଲେ ।ସମାବେଶରେ ରାଜ୍ୟ କଳା ସଂସ୍କୃତି ପରିଷଦର ଉପସଭାପତି ଅବନୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଭୁବନ ବ୍ଲକର ଉପସଭାପତି ଅଶୋକ କୁମାର ସାମଲ ,ସ୍ଥାନୀୟ ସରପଞ୍ଚ ଦିବ୍ୟ ଭାରତୀ ସିଂହ , ସୁବୋଧ କୁମାର ପଣ୍ଡା ଓ ପରଜଙ୍ଗ ବ୍ଲକ ଉପସଭାପତି ପ୍ରଭାକର ନାଥ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉଦୟ ଚଂପତ୍ ଶ୍ରୀଚନ୍ଦନ , ତଅଁଳୁ ସାହୁ ,ବୀରବର ସାହୁ ,ଜଗଦାନନ୍ଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ପୂର୍ବ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଗାଁରେ ନିଜର କଳା ଉଜ୍ଜୀବିତ କରି ସର୍ବସମ୍ମୁଖରେ ପରିବେଷଣ କରାଇବା ସହ ବର୍ତ୍ତମାନ ଯୁବ ପିଢ଼ି ମାନଙ୍କୁ କଳା ଆହରଣ କରିବା ପାଇଁ ବୟୋଜ୍ୟେଷ୍ଠ କଳାକାର ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ ।

ଏହା ଦ୍ଵାରା ପୁନର୍ବାର ପୁରପଲ୍ଲୀରେ କଳା ଉତଫୁଲ୍ଲିତ ହୋଇ ପାରିବ ବୋଲି ନିଜର ମତସାବ୍ୟସ୍ତ କରିଥିଲେ ।ଉକ୍ତ ସମାବେଶରେ କଙ୍କଡ଼ାହାଡ଼ ବ୍ଲକର ଦଶିପୁର ପଞ୍ଚାୟତର ଶ୍ରୀନିବାସ ସାହୁ ପବିତ୍ର ସ୍ୱାଇଁ ,ରୋହିତ ସାହୁଙ୍କର କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିବା ବେଳେ ପଙ୍ଗାତିରା ପଞ୍ଚାୟତର ମନୋରମା ସାହୁଙ୍କ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ ଏତଦ୍ ବ୍ୟତୀତ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ ।

new life
You might also like
error: Content is protected !!