News
WhatsApp Image 2023-10-04 at 17.25.00
samparksetu

ଝିଅ ଘରୁ ଫେରୁଥିବା ବେଳେ ଚାପି ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ

ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ପରଜଙ୍ଗ ଥାନା ହାତିଲୋଚାଣୀ ଗାଁର ଦୁର୍ଯ୍ୟୋଧନ କର। ଦୁର୍ଯ୍ୟୋଧନ ନିଜ ସାଇକେଲ ଯୋଗେ ମୁଣ୍ଡେଇଲୋ ଗାଁ ସ୍ଥିତ ଝିଅ ଘରୁ ନିଜ ଘରକୁ ଫେରୁଥିବା ବେଳେ ଚାପି ଦେଇଥିଲା ଅଜଣା ଗାଡ଼ି ।

ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା। ଏ ନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା l ସେପଟେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

new life
You might also like
error: Content is protected !!