News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬୦ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପରଜଙ୍ଗ ଥାନା କଲଦା ପଞ୍ଚାୟତ କୁଣ୍ଢେଇଖୋଲ ଗ୍ରାମର ପାନ ମସଲା ବ୍ୟବସାୟୀ ସର୍ବେଶ୍ଵର ସ୍ୱାଇଁ ଙ୍କୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୫୦ ରୁ ୬୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ କଣ୍ଢେଇଖୋଲ ଗ୍ରାମ ର ସର୍ବେଶ୍ଵର ସ୍ୱାଇଁ ପ୍ରତ୍ୟେକ ଦିନ ପରି ରବିବାର ଦିନ ମଧ୍ୟ ନିଜର ସ୍କୁଟି ଗାଡ଼ିରେ ପାନ ମସଲା ବ୍ୟବସାୟ ସାରି ସରାଙ୍ଗ ଅଞ୍ଚଳରୁ ଫେରୁଥିବା ବେଳେ କୁଆଳୋ ଗ୍ରାମ ନିକଟସ୍ଥ ଦଲକ ପୋଖରୀ ପାଖରେ ଦୁଇ ଜଣ ଦୁର୍ବୃତ୍ତ ହୋଣ୍ଡା ୟୁନିକର୍ନ ଗାଡି ଯାହାର ନମ୍ବର (ଓଆର- ୧୯-ଆର୍-୧୫୪୭ ) ଆସି ତାଙ୍କୁ ଅଚାନକ ଅଟକାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ବନ୍ଧୁକ ଦେଖାଇ ମାରମିଟ କରି ୫୦ ରୁ ୬୦ ହଜାର ଟଙ୍କା ଲୁଟି ନେଇଥିଲେ ।

ଦୁର୍ବୃତ୍ତ ମାନେ ରେଙ୍ଗାଲି ବାମ ପାର୍ଶ୍ୱ କେନାଲ ଦେଇ ବାଲିସାହି ଆଡକୁ ଚାଲିଯାଇଥିଲେ ବୋଲି ଶ୍ରୀ ସ୍ୱାଇଁ ପରଜଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି । ପରଜଙ୍ଗ ଅଞ୍ଚଳରେ କିଛି ଦିନ ହେବ ବାରମ୍ବାର ଚୋରୀ ଡକାୟତି ବଢ଼ିବାରେ ଲାଗିଥିବା ବେଳେ ପୋଲିସ ଆସାମୀମାନଙ୍କୁ ଧରିବାରେ ବିଫଳ ନେଇ ପରଜଙ୍ଗ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଇଛି ।

new life
You might also like
error: Content is protected !!