ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପେଟ୍ରୋଲ ପମ୍ପ ନିକଟରେ ସନ୍ଧ୍ୟା ପ୍ରାୟ ସାଢେ଼ ଆଠଟା ବେଳେ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି ।
ଚାନ୍ଦପୁର ପଞ୍ଚାୟତ ତୁଳସୀପଶି ଗ୍ରାମର ଧ୍ରୁବ ପ୍ରଧାନ ଓ ଟୁକୁ ପ୍ରଧାନ ମିଶି ଏକ ମୋଟର ସାଇକେଲରେ ସାଆନ୍ଦା ଅଞ୍ଚଳକୁ ଆସୁଥିବା ବେଳେ ପୂର୍ତ୍ତ ବିଭାଗ ରାସ୍ତା କଡକୁ ଲାଗି କରାଯାଇଥିବା ବାଡାରେ ପିଟି ହୋଇଯାଇଥିଲେ ।
ଫଳରେ ଉଭୟେ ଗାଡିରୁ ଫୋପାଡି ହୋଇ ପଡିବା ଦ୍ଵାରା କ୍ଷତାକ୍ତ ହୋଇପଡିଥିଲେ ।ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକ ଏମାନଙ୍କୁ ଚିହ୍ନି ପାରି ସଙ୍ଗେ ସଙ୍ଗେ ପରିବାରକୁ ଜଣାଇଥିଲେ ।ଖବର ପାଇ ପରିବାର ଲୋକ ପହଞ୍ଚି ଉଭୟଙ୍କୁ ପରଜଙ୍ଗ ମେଡ଼ିକାଲକୁ ନେଇଥିବା ଜଣାପଡିଛି ।