News
WhatsApp Image 2023-10-04 at 17.25.00
samparksetu

ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପୁନଃ ଚାଞ୍ଚ କଲେ ଏନଜିଟି ଗଠିତ କମିଟି

ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଗଢ଼ିଉଠିଥିବା ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପ୍ରଦୂଷଣ, ଜଙ୍ଗଲ ଓ ସରକାରୀ ଜମି ଜବରଦଖଲ କୁ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର କରିଆସିଥିଲେ ମଧ୍ୟ କୈାଣସି ସମାଧାନ ନହେବାରୁ ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସିମାନ୍ତ ଜେନା ଓ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ଦ୍ଵାରସ୍ଥ ହୋଇଥିଲେ ।

ମାନ୍ୟବର ଏନଜିଟି କାରଖାନାକୁ ପରିଦର୍ଶନ କରି ସତ୍ୟପାଠ ଦାଖଲ ନିମନ୍ତେ ଏକ ଯୁଗ୍ମ କମିଟି ଗଠନ କରିଥିଲେ । ତା ୮/୦୬/୨୦୨୨ ରିଖରେ ଉକ୍ତ କମିଟି କାରଖାନାକୁ ପରିଦର୍ଶନ କରି ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିଥିଲେ । ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ର ବିଚାରପତି ଜଷ୍ଟିସ ସାଇବାଳ ଦାସଗୁପ୍ତା ଓ ଜଷ୍ଟିସ ଅମିତ୍ ସ୍ଥାଲେକର ତା ୨୨/୦୮/୨୦୨୨ ରିଖରେ ଶୁଣାଣି କରି ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ, ଯୁଗ୍ମ କମିଟି ଦାଖଲ କରିଥିବା ରିପୋର୍ଟକୁ ନାପସନ୍ଦ କରିବା ସହିତ ପରଜଙ୍ଗ ତହସିଲଦାରଙ୍କ ଶିଥିଳତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମାନ୍ୟବର ଏନଜିଟି ଙ୍କ ନିର୍ଦ୍ଦେଶନ ପରେ ତା ୨୫/୦୮/୨୦୨୨ ରିଖ ଦିନ ପରଜଙ୍ଗ ତହସିଲଦାର ଙ୍କ ନେତୃତ୍ବରେ କିଛି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ଏନଜିଟି ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଢେଙ୍କାନାଳ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ବନପାଳ, ଉପଜିଲ୍ଲାପାଳ କାମାକ୍ଷାନଗର, ପରଜଙ୍ଗ ତହସିଲଦାର,ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଭାଗ ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଅନୁଗୋଳ ପରିଦର୍ଶନ ଅନୁଧ୍ୟାନ କରି ଫେରିଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ତା ୨୯/୦୯/୨୦୨୨ ରିଖକୁ ଧାର୍ଯ୍ୟ ରହିଛି । ଅଭିଯୋଗକାରୀ ଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତି ।

new life
You might also like
error: Content is protected !!