News
WhatsApp Image 2023-10-04 at 17.25.00
samparksetu

ଦଳିତ ବସ୍ତିରେ ପଶି ଦଳିତଙ୍କୁ ମାଡ଼ମାରି ଭାଙ୍ଗିଲେ ଘର , ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦର ସିଙ୍ଗା ଗ୍ରାମପଞ୍ଚାୟତର କନ୍ଦରସିଙ୍ଗା ଗ୍ରାମରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଚନ୍ଦନ ଯାତ୍ରାରେ ପରିବେଷଣ ହେଉଥିବା ଯାତ୍ରା ଦେଖିବାକୁ ପଡୋଶି ଗ୍ରାମ କଟର ପଦା ଗ୍ରାମର ଜୈନିକ ଯୁବକ ବସିବାକୁ ପାଲ ପକାଇଥିଲେ ଏଥିରେ କନ୍ଦରସିଙ୍ଗା ଗ୍ରାମର ସବର୍ଣ୍ଣ ବର୍ଗର ଯୁବକ ମାନେ ଜାତିଆଣ ଭେଦ ଭାବ ନେଇ ଦଳିତ ଯୁବକ ଆକ୍ରମଣ କରିଥିଲେ ।

ଯୁବକ ଜୀବନ ବିକଳରେ ନିଜର ଗ୍ରାମ କଟର ପଦାକୁ ପଳାଇଯ।ଇଥିବା ବେଳେ କନ୍ଦରସିଙ୍ଗାର ସବର୍ଣ୍ଣ ବର୍ଗର ୫୦ ରୁ ଉର୍ଦ୍ଧ୍ବ ଲୋକ ହତିଆର ଧରି ଦଳିତ ଯୁବକଙ୍କୁ ପଛରୁ ଗୋଡ଼ଇ ଦଳିତ ବସ୍ତିରେ ପଶି ଦଳିତ ମାନଙ୍କୁ ମାଡ଼ ମାରି ଢେଲା ପଥର ମାରି ଦଳିତ ମାନଙ୍କ ଘର,ଦ୍ୱାରା, ବାଇକ୍ ,ଅଟେ| ଆଦି ଭାଙ୍ଗି ଚୁରମାର କରି ଦେଇଛନ୍ତି ।

ସବର୍ଣ୍ଣ ମାନଙ୍କ ଆକ୍ରମଣରେ ବହୁ ଦଳିତ ପୁରୁଷ ଓ ମହିଳା କ୍ଷତବିକ୍ଷତ ହୋଇଥିବା ନେଇ ଦଳିତ ମାନଙ୍କ ପକ୍ଷରୁ ପରଜଙ୍ଗ ଥାନାରେ ଅଞ୍ଜଳି ନାଏକ ଲିଖିତ ଅଭିଯୋଗରେ କନ୍ଦର ସିଙ୍ଗା ଗ୍ରାମର ଜଗମୋହନ ରାଉତ, ବାପି ବିଶ୍ଵାଳ, ସଂଗ୍ରାମ ବିଶ୍ୱାଳ, ଅଭୟ ସାହୁ, ପ୍ରସାଦ ବିଶ୍ଵାଳ, ଅଭିନାଶ ସାହୁଙ୍କ ବ୍ୟତୀତ ଅନ୍ୟ ୫୦ ଜଣ ସହ କନ୍ଦରସିଙ୍ଗା ଗ୍ରାମ ରଜିତୁ ମହାରଣା, ରଞ୍ଜନ ମହାରଣା, ଜଗମୋହନ ରାଉତ, ଅଭୟ ସାହୁଙ୍କ ବ୍ୟତୀତ ଅନ୍ୟ ୧୦୦ ଜଣଙ୍କ ନାମରେ ଦୁଇଟି କେସ୍‌ ରୁଜୁ ହୋଇ ତଦନ୍ତ ଜାରି ରଖିଛି ପୋଲିସ ।

ଭୟ ଓ ଆତଙ୍କିତ ଅବସ୍ଥାରେ ଦଳିତ ବସ୍ତିର ଲୋକମାନେ ପରଜଙ୍ଗ ଥାନାରେ ବସିରହିବା ସହିତ ଘରଛାଡି ବାହାରେ ରହୁଥିବା ଦେଖିବାକୁ ମିଳିଛି ।ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ନକଲେ ଜିଲ୍ଲା ଓ ରାଜ୍ୟ ବ୍ୟାପି ଆନ୍ଦୋଳନ ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସଂଗଠନ ପକ୍ଷରୁ ଚେତାବନି ଦିଆଯାଇଛି।

new life
You might also like
error: Content is protected !!