News
WhatsApp Image 2023-10-04 at 17.25.00
samparksetu

ସରକାରୀ ସୁବିଧା ନପାଇ ଅସହାୟ ଅହଲ୍ୟା

ପରଜଙ୍ଗ ବ୍ଲକ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମର ଅହଲ୍ୟା ରାଉତ (୪୫) ବିଧବା ଭତ୍ତାରୁ ବଞ୍ଚିତ ।କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ବୋଲି ପ୍ରଚାର ପ୍ରସାର କରୁଥିବା ବେଳେ କିଛି ଅସୁବିଧା ସରକାରୀ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଯୋଗ୍ୟ ହିତାଧିକାରୀ ମାନେ ଚୟନରୁ ବାଦ ପଡୁଛନ୍ତି ।

ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମର ଅହଲ୍ୟା ରାଉତ ପକ୍ଷେ । ସ୍ୱାମୀ ଦୁଃଶାସନ ରାଉତ ଦୁଇ ବର୍ଷ ହେବ ମୃତ୍ୟୁ ବରଣ ବିତି ଯାଇଥିଲେ ମଧ୍ୟ ଅଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳିପାରି ନାହିଁ । ଦୁଃଶାସନ ରାଉତ ଜଣେ ଦୃଷ୍ଟିହୀନ ଥିଲେ ଏବଂ ଭିନ୍ନକ୍ଷମ ଭତ୍ତା ମଧ୍ୟ ପାଇଆସୁଥିଲେ , ଯାହାକି ବର୍ତ୍ତମାନ ମୃତ୍ୟୁ ବରଣ କରିଥିବା ଯୋଗୁଁ ଭତ୍ତା ବନ୍ଦ ହୋଇଗଲା ଯାହା ଫଳରେ ଅହଲ୍ୟା ଚଳିବାକୁ କଷ୍ଟ ଦାୟକ ଅଟେ ।

ଦୁଇ ବର୍ଷ ହେବ ଅନଲାଇନ୍ ରେ ଆବେଦନ କରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଙ୍କୁ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ଧାଇଁ ଧାଇଁ ଧରାଶାୟୀ ହୋଇପଡିଛନ୍ତି ଅହଲ୍ୟା । ବହୁ ସମୟରେ ଅଯୋଗ୍ୟ ହିତାଧୀକାରୀ ଭତ୍ତା ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ପଡ଼ିଥିବା ର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଅଧିକାରୀ ମାନେ ଚୁପ ରହୁଛନ୍ତି । ଏନେଇ ପରଜଙ୍ଗ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧ୍ରୁବଚରଣ ବେହେରା କହିଛନ୍ତି କି ସୋମବାର ଦିନ ପୋର୍ଟାଲ ଦେଖି କହିବି ଓ ଶୀଘ୍ର ଭତ୍ତା ଯୋଗାଇ ଦିଆଯିବ ।

new life
You might also like
error: Content is protected !!