News
WhatsApp Image 2023-10-04 at 17.25.00
samparksetu

ଦୋଳ ଯାତ୍ରା ଉପରେ ଲାଗିଲା ୧୪୪ ଧାରା

ଜମି ବିବାଦକୁ ନେଇ ଦୋଳ ଯାତ୍ରା ମେଳଣ ପଡ଼ିଆରେ ୧୪୪ ଧାରା ଲାଗାଇଲେ କାମାକ୍ଷାନଗର ଉପ ଜିଲ୍ଲାପାଳ । ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମରେ ଅନୁସୂଚିତ ଜାତି ଓ ସାଧାରଣ ବର୍ଗ ଲୋକ ଙ୍କ ମଧ୍ୟରେ ଜମି ବିବାଦକୁ ନେଇ ବିଗତ ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଏଥି ପାଇଁ ମଧ୍ୟ ଆଗରୁ ଥାନାରେ ମାମଲା ରୁଜୁ ହୋଇଥିଲା । ଗାଁ ରେ ଆସନ୍ତା କାଲି ଦୋଳ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ମେଳଣ ପଡ଼ିଆରେ ଦୁଇ ବର୍ଗର ଲୋକ ଅଲଗା ଅଲଗା ମେଲଣ କରିବା ନିମନ୍ତେ ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ଆଜି ଅପରାହ୍ନରେ ଉପଜିଲ୍ଲାପାଳ କାମାକ୍ଷାନଗର ଙ୍କ ନିର୍ଦ୍ଦେଶକ୍ରମେ ଖାଳପାଳ ଗ୍ରାମରେ ଦୁଇ ବର୍ଗର ଲୋକ , କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଓ, ପରଜଙ୍ଗ ଥାନା ଅଧିକାରୀ ସୈଭାଗ୍ୟ କୁମାର ସ୍ବାଇଁ ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା କିନ୍ତୁ କୈାଣସି ସମସ୍ୟା ର ସମାଧାନ ହୋଇପାରି ନଥିବା ଫଳରେ ଉକ୍ତ ମେଳଣ ପଡ଼ିଆରେ ୧୪୪ ଧାରା ଲାଗାଇଲେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ । ଏନେଇ ଗ୍ରାମ ସଭାପତି ସଞ୍ଜୟ କୁମାର ବର୍ମା କହିଛନ୍ତି କି ପୂର୍ବପୁରୁଷ ରୁ ଚାଲିଆସୁଥିବା ଯାତ୍ରା ହୋଇ ଆସୁଥିଲା କିନ୍ତୁ ଆଜିର ଆଲୋଚନାରେ କୈାଣସି ସମସ୍ୟା ର ସମାଧାନ ବାହାରି ପାରିନାହିଁ ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!