News
WhatsApp Image 2023-10-04 at 17.25.00
samparksetu

ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ କୋଭିଡ ଗାଇଡ ଲାଇନ ଅନୁଯାୟୀ ଏକ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି ।

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ହାତରେ ବ୍ୟାନର ଧରି ବଜାର ପରିକ୍ରମା କରିଥିଲେ ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ ବିନୋଦ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦୟାନିଧି ପାଣି , ବିଦ୍ୟାଧର ସାହୁ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ।

ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଜାଳି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।ଏଥି ନିମନ୍ତେ ଦିବ୍ୟାଙ୍ଗ ମଧ୍ୟରେ ସାନ ବଡ ବିଭାଗ କରାଯାଇ ସଙ୍ଗୀତ , ବେଳୁଣି ଫଟା , ଚିତ୍ରାଙ୍କନ , ପେଟିଙ୍ଗ, ମ୍ୟୁଜିକ୍ ଚେୟାର ପ୍ରଭୃତି ପ୍ରତିଯୋଗିତା କରାଯାଇଥିଲା ।ପରିଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ସିଲ୍ ଦେଇ ପୁରସ୍କୃତ କରିଥିଲେ । ସିଆରସି ଦୁଷ୍ମନ୍ତ କୁମାର ସାହୁ ମଞ୍ଚ ସଞ୍ଚାଳନ କରିଥିବା ବେଳେ ସିଆରସିସି ଗୋପବନ୍ଧୁ ସାହୁ ,ସୁଶାନ୍ତ ସେଠୀ,ପ୍ରଦୀପ ବେହେରା ,ପଞ୍ଚାନନ ସାହୁ , ଜ୍ୟୋସ୍ତ୍ନାମୟୀ ଦାସ ,ବଟକୃଷ୍ଣ ସାହୁଙ୍କ ସମେତ ଅନ୍ୟ ସମସ୍ତ ସିଆରସିସି ଉପସ୍ଥିତ ରହି ସହଯୋଗ କରିଥିଲେ ।

new life
You might also like
error: Content is protected !!