News
WhatsApp Image 2023-10-04 at 17.25.00
samparksetu

ବାଲିପସି ରେ ପଞ୍ଚୁକ ର ଉଦଯାପନୀ ଉତ୍ସବ

      ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ର ବାଲିପସି ଗ୍ରାମରେ ପାଳିତ ହେଉଛି ପଞ୍ଚୁକ ର ଉଦଯାପନୀ ଉତ୍ସବ l ପ୍ରତିବର୍ଷ କାର୍ତିକ ମାସର ଏକାଦଶୀ ଦିନ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ପାଳିତ ହେବା ପରେ ପୂର୍ଣ୍ଣିମା ଦିନ ଶେଷ ହୁଏ ଏହି ରାସ ପୂର୍ଣ୍ଣିମା ବା ପଞ୍ଚୁକ l ଏହି ଉପଲକ୍ଷେ ମା ମଙ୍ଗଳା ଙ୍କ ମନ୍ଦିର ରେ ପାଞ୍ଚ ଦିନ ଧରି ଏକ ଯଜ୍ଞ ର ଆୟୋଜନ କରାଯାଇଥାଏ l 

ଚଳିତ ବର୍ଷ ସରକାର ଙ୍କ କୋଭିଡ ନିୟମ କୁ ମାନି ସମ୍ପୂର୍ଣ ନିରାଡ଼ମ୍ବର ଭାବେ ଏ ପଞ୍ଚୁକ ପାଳିବାକୁ ନିଷ୍ପତି ନେଇଥିଲେ ପୂଜା କମିଟି ର ସଦସ୍ଯ ମାନେ l ପଞ୍ଚୁକ ର ପ୍ରଥମ ଦିବସରେ ସକାଳୁ ସକାଳୁ ଏକ କଳସ ଶୋଭାଯାତ୍ରା ସାଆନ୍ଦା ନାଳରୁ ବାହାରି ବାଲିପସି ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା l ଏବଂ ପରେ ରୀତିନୀତି ଅନୁଯାୟୀ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା l ଯଜ୍ଞ ସ୍ଥଳରେ ନାମ ସଂକୀର୍ତନ ପୁରା ପାଞ୍ଚ ଦିନ ପର୍ଯ୍ୟନ୍ତ ଲାଗିରହିଥିଲା ଏବଂ ଆଗକୁ ପ୍ରତିବର୍ଷ ଏ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି ଗ୍ରାମ ସଭାପତି ପ୍ରଦୀପ ସାହୁ, ସନ୍ତୋଷ ସାହୁ,ବ୍ରଜବନ୍ଧୁ ବାରିକ ଏବଂ ବଟକୃଷ୍ଣ ବାରିକ l

new life
You might also like
error: Content is protected !!