News
WhatsApp Image 2023-10-04 at 17.25.00
samparksetu

ନୂତନ କ୍ଲବ ଗଠନ ସହ କର୍ମକର୍ତ୍ତା ଚୟନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲେଜ ରାସ୍ତାରେ ରହିଥିବା ହନୁମାନ ବାଟିକା ପରିସରରେ ରବିବାର ପୂର୍ବାହ୍ନ ସମୟରେ ଯୁଗଳ କିଶୋର ନାୟକଙ୍କ ଆହ୍ଵାନରେ ନବ ନିର୍ମିତ କ୍ଲବ ଗଠନ ଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ସତ୍ୟାନନ୍ଦ ରାଉତ ,ରବୀନ୍ଦ୍ର ଦେହୁରୀ ପରମାନନ୍ଦ ଦଳବେହେରା,ଧର୍ମାନନ୍ଦ ଦାସ ,ଗୌରହରି ଦାସ,ସତ୍ୟାନନ୍ଦ ପଣ୍ଡା , ଦୀପକ କୁମାର ଦାସ,ବିନୟ କୁମାର ଦାସ,ପ୍ରହଲ୍ଲାଦ ଦଳେଇ, ବେଣୁଧର ଗଡ଼ନାୟକ ,ଗୋକୁଳାନନ୍ଦ ଖିଲାର ,କମଳ ଲୋଚନ ଦାସ , ନିର୍ମଳ ଚନ୍ଦ୍ର ଗଡ଼ନାୟକ ଙ୍କ ସମେତ ୨୦ରୁ ଉର୍ଦ୍ଧ୍ବ ସଦସ୍ୟ ମାନଙ୍କ ସର୍ବସମ୍ମତି କ୍ରମେ ଏକ ଅନୁଷ୍ଠାନ ଗଠନ କରିବା ଦିଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ଯାହାକି ନୂତନ କ୍ଲବକୁ ଭେଟରାନ୍ସ କ୍ଲବ ନାମରେ ନାମିତ କରାଯାଇଛି । ଏପରିକି କ୍ଲବର କେତେକ ନିୟମାବଳୀ ଉପରେ ପ୍ରସ୍ତାବ ଆଗତ କରାଯାଇଛି ପରଜଙ୍ଗରେ ଅବସ୍ଥାପିତ ବରିଷ୍ଟ ନାଗରିକଙ୍କ ଅବସର ବିନୋଦକୁ ଦୃଷ୍ଟିରେ ରଖି ପରସ୍ପର ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ କରିବା ସହ ସାମାଜିକ ଓ ସାଂସ୍କୃତିକ କଲ୍ୟାଣ ସାଧନ ନିମିତ୍ତ ଏକ ସୁସଂଗଠିତ ଅନୁଷ୍ଠାନ ସ୍ଥାପନର ନିତ୍ୟାନ୍ତ ଆବଶ୍ୟକ ରହିଛି ସେଇଥିପାଇଁ ଉକ୍ତ ବ୍ଲକ ଗଠନ ଦିଗରେ ପୂର୍ଣ୍ଣପ୍ରାଣରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଆଗତ ହୋଇଥିଲା ।

ଉପସ୍ଥିତ ସଦସ୍ୟ ମାନଙ୍କ ସର୍ବସମ୍ମତି କ୍ରମେ ଭେଟରାନସ ନାମରେ ନୂତନ କ୍ଲବ ନାମ କରଣ କରାଯାଇଥିଲା । ଉକ୍ତ କ୍ଲବ ସୁପରିଚାଳନା ପାଇଁ ଏକ କର୍ମକର୍ତ୍ତା ଗଠନ କରାଯାଇଥିଲା , ପ୍ରସ୍ତାବକ ରବୀନ୍ଦ୍ର ଦେହୁରୀ ଓ ବେଣୁଧର ଗଡ଼ନାୟକଙ୍କ ସମର୍ଥନରେ ଯୁଗଳ କିଶୋର ନାୟକଙ୍କୁ ସଙ୍ଘର ସଭାପତି ଭାବରେ ନିର୍ବାଚିତ କରାଯାଇଥିଲା ।

ପରମାନନ୍ଦ ଦଳବେହେରା ଓ ଗକୁଳା ନନ୍ଦ ଖିଲାରଙ୍କ ପ୍ରସ୍ତାବକ ସମର୍ଥନରେ ସତ୍ୟାନନ୍ଦ ରାଉତଙ୍କୁ ସମ୍ପାଦକ ଭାନେ ନିର୍ବାଚିତ କରାଯାଇଥିଲା ,ସେହିପରି କମଳ ଲୋଚନ ଦାସ ଓ ଅନ୍ତର୍ଯ୍ୟାମୀ ବେହେରାଙ୍କ ପ୍ରସ୍ତାବକ ସମର୍ଥନରେ ପରମାନନ୍ଦ ଦଳବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି,କ୍ଲବର ନିୟମାବଳୀ ପ୍ରଣୟନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କାର୍ଯ୍ୟକାରୀ କମିଟି ଭାବେ ଆଇନଜୀବୀ କମଳ ଲୋଚନ ଦାସ ଓ ଗୌରହରି ଦାସଙ୍କୁ ଦାୟୀତ୍ବ ଅର୍ପଣ କରାଯାଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଲବର ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଉପସ୍ଥିତ ସଦସ୍ୟ ମାନଙ୍କ ଠାରୁ ଦାନ ସୂତ୍ରରେ ଦଶ ହଜାର ନଅ ଶହ ଟଙ୍କା ସଂଗ୍ରହ ହେବାକୁ ପ୍ରତିଶ୍ରୁତି ମିଳିଥିଲା ।ଏହାର ପରବର୍ତ୍ତୀ ଅଧିବେଶନ ପୂର୍ବରୁ ଅର୍ଥରାଶି ସଂଗ୍ରହ କରାଯାଇ ବ୍ୟାଙ୍କ୍ ଖାତାରେ ଜମା କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ପରିଶେଷରେ ନବ ନିର୍ବାଚିତ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା ।

new life
You might also like
error: Content is protected !!