ଢେଙ୍କାନାଳ ଜିଲ୍ଲା ମହାବୀର ରୋଡରେ ଶ୍ରମିକ ଦିବସ ରେ ପନ୍ଦାରୀ ସାହୁ ମହାବୀର ରୋଡ କେନ୍ଦୁପତ୍ର ଫାଡ଼ି ଙ୍କୁ ପତ୍ର ଦେବା ଅବସ୍ଥାରେ ଘଟଣା ଚେତା ଶୂନ୍ୟ ହୋଇପଡ଼ିଥିଲେ ।
ସେହିଠାରୁ କେନ୍ଦୁପତ୍ର ତୋଳାଳୀ ଆଉ ପରିବାର ଙ୍କ ସହଯୋଗ ରେ ମହାବୀର ରୋଡ ଡାକ୍ତରଖାନା , ପରେ ମଣ୍ଡ।ପାଳ ଡାକ୍ତରଖାନାରେ ଓ ଶେଷରେ ଅନୁଗୋଳ ଡାକ୍ତରଖାନା ରେ ଆଜି ତା ୨/୦୫/୨୨ ରିଖ ଦିନ ୧୧,୦୫ ରେ ସେ ମୃତ୍ୟୁ ବରଣ କଲେ ।
୭୦ ବର୍ଷୀୟ ବୃଦ୍ଧାକୁ ଏହି ଗ୍ରୀଷ୍ମ ପ୍ରଚଣ୍ଡ ସମୟ ରେ ଫ ଡି ପରିସରକୁ କିଭଳି ବିଭାଗ ତରଫ ରୁ ଅନୁମତି ଦିଆ ଯାଉଛି ତାହା ତଦନ୍ତ ସା ପେକ୍ଷ ।ପୂର୍ବରୁ ନାବାଳକ ମାନଙ୍କୁ ନେଇ ବାରମ୍ବାର ଗଣ ମାଧ୍ୟମ ରେ ପ୍ରକାଶିତ କରାଯାଇଥିଲା, ଆଜି ଜଣେ ବୃଦ୍ଧା ର ଘଟଣା ସ୍ଥଳ ରେ ଚେତସୁଣ୍ୟ ହୋଇ ମୃତ୍ୟୁ ବରଣ କରିବା ବିଭାଗ ର କାର୍ଯ୍ୟକାରିତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ନେଇ ଆମ୍ଭ ପ୍ରତିନିଧି ଦାୟିତ୍ଵ ରେ ଥିବା ଫରେଷ୍ଟର ଲକ୍ଷ୍ମୀ ଧର ମହନ୍ତ କୁ ପଚାରିବା ରେ ସେ ଆଜି ଅନ୍ୟ କାମ ରେ ବାହାରକୁ ଯାଇଥିଲେ ଆଉ ରଞ୍ଜର୍ ସରୋଜ କୁମାର ଆଚାର୍ଯ୍ୟ ଙ୍କୁ ପଚାରିବାରୁ ସେମିତି ଖବର ମୋ ପାଖରେ କିଛି ନାହିଁ । ଏଠାରେ ପ୍ରଶ୍ନ ଉଠେ ଅଫିସ କାର୍ଯ୍ୟଳୟ କୁ ଲାଗି ଫାଡି ପାଖରେ ଏହି ଦୁର୍ଘଟଣା ଘଟିଗଲା, ବିଭାଗୀୟ ଅଧିକାରୀ ମାନେ ଦାୟିତ୍ଵ ରେ ଥାଇ କେଉଁ କେଉଁ ମାନେ ଫଦି କୁ ଆସି କେନ୍ଦୁପତ୍ର ଦେବା ନଜାଣି ପାରିବା ଏହା କୁ ଜାଣିଶୁଣି ଏଡାଇଦେବ। କେନ୍ଦୁପତ୍ର ତୋଳାଳୀ ଆଉ ଗ୍ରାମବାସୀ ଙ୍କ ମଧ୍ୟ ରେ ଆଲୋଡନ ସୃଷ୍ଟିକରିଚି । ଏହି ନେଇ ଭାରତୀୟ ମଜ ଦୂର୍ ସଂଘ ର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ ଏହାକୁ ଉପଯୁକ୍ତ ତଦନ୍ତ କରିବା ସହିତ ତୋଳାଳୀ ପରିବାର ଙ୍କୁ କ୍ଷତିପୂରଣ ଦେବାକୁ ସରକାର ଙ୍କ ନିକଟ ରେ ଦାବି କରିଛନ୍ତି ।