News
WhatsApp Image 2023-10-04 at 17.25.00
samparksetu

ହାତୀ ଉପଦ୍ରବରେ କ୍ଷୟକ୍ଷତି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ହାତୀ ଉପଦ୍ରବ ଥମିବା ନା ଧରୁନି ,ଅଞ୍ଚଳରେ ହାତୀ ଆତଙ୍କ ଏତେ ପରିମାଣରେ ବଢି ଯାଇଛି ଯେ ସନ୍ଧ୍ୟା ନହଉଣୁ ଅନେକ ଗାଁ ମାନଙ୍କରେ ତାଟି କବାଟ ପଡ଼ୁଥିବା ଜଣାପଡିଛି ।ମଝିରେ ମଝିରେ ମଣିଷ ଠାରୁ ଆରମ୍ଭ କରି ଗୃହ ପାଳିତ ପଶୁ ମରଣ ଯନ୍ତାରେ ପଡ଼ୁଛନ୍ତି ।

ଏପରି ସ୍ଥଳେ ବନ କର୍ମଚାରୀ ଓ ହାତୀ ସ୍କ୍ୱାର୍ଡ ଏମାନଙ୍କ ପିଛା କରି ନୟାନ୍ତ ହୋଇ ଯାଇଥିଲେ ମଧ୍ୟ ଲୋକମାନେ ଭୟଭୀତ ହୋଇ ରାତିସାରା ଉଜାଗର ରହି ରାତି କଟାଇଥାନ୍ତି ।ଅଞ୍ଚଳରେ ଏତେ ସଂଖ୍ୟକ ହାତୀକୁ ଜଗିବା ଓ ଅନ୍ୟତ୍ର ତଡିବା ବନ ବିଭାଗ ପ୍ରତି କାଠିକର ପାଠ ହୋଇ ପଡ଼ିଛି ।

ଅଞ୍ଚଳ ସମ୍ପୂର୍ଣ୍ଣ ଚାଷ ବହୁଳ ଥିବା ବେଳେ ଏହି ହାତୀ ଉପଦ୍ରବ ଯୋଗୁଁ ବର୍ଷକୁ ବର୍ଷ ଚାଷ ହ୍ରାସ ପାଇବାରେ ଲାଗିଛି ।ଧାନ ଚାଷ ସହିତ ଅନ୍ୟ ପରିବା ଫସଲ ଅଞ୍ଚଳ ବେଶ୍ ପରିଚିତ ,କିନ୍ତୁ ଏହା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଖାଉଟି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏପରି ସ୍ଥଳେ ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକର ସରାଙ୍ଗ ଗ୍ରାମର ଗୁରୁଚରଣ ଦାସଙ୍କ ଘରେ ଏକ ଦନ୍ତା ପଶି ଆଜବେଷ୍ଟ ଘରର ଝରକା ଭାଙ୍ଗି ଚାଉଳ ,ଅଟା ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଖାଇ କିଛି ଫୋପାଡି ଦେଇ ସେଠାରୁ ପଳାଇ ଯାଇଥିଲା ।ହାତୀ ଗୁଡିକ ସନ୍ଧ୍ୟା ହେଲେ ବସା ବାନ୍ଧିବା ଭଳି ସରାଙ୍ଗ ଡମୋଳ , ଜହ୍ନାପଡା , ଖଣ୍ଡୁଆଳମୁଣ୍ଡା କନ୍ଦରସିଂହା , ଲୋଧଣୀ ,ପାଳସାହି , ରୋଡ , କମର ପ୍ରଭୃତି ଗାଁ ପାଖରେ ରହୁଥିବା ଜଣାପଡିଛି ।

new life
You might also like
error: Content is protected !!