News
WhatsApp Image 2023-10-04 at 17.25.00
samparksetu

କର୍ମଚାରୀ ଅଭାବରୁ ଶବ ବ୍ୟବଚ୍ଛେଦ ପାଇଁ ନାହିଁ ନଥିବା ଅସୁବିଧା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ ପାଇଁ କର୍ମଚାରୀ ନାହାନ୍ତି ପରଜଙ୍ଗ ଅଞ୍ଚଳ ବାସୀ ନାହିଁ ନଥିବ ଅସୁବିଧା ଦେଖିବାକୁ ମିଳିଛି । ପୂର୍ବରୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ସବୁଠିକଠାକ ଚାଲୁ ରହି ଆସୁଥିଲା । କିଛି ଦିନ ହେବ ଝାଡୁଦାର ଅଭାବରୁ ଏଠାରେ ଶବ ବ୍ୟବଚ୍ଛେଦ କରିବାକୁ ଆସୁଥିବା ଲୋକେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଲୋକଙ୍କୁ ହଇରାଣ କରି କାମାକ୍ଷାନଗର ସ୍ବାସ୍ଥ୍ୟ କେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଯାଉଥିବା ଅଭିଯୋଗ କରିଛି ପରଜଙ୍ଗ ଭାଜପା ଦଳ ।

ଏଥିରେ ପରଜଙ୍ଗ ଥାନାର ଚାରୋଟି ଫାଣ୍ଡି ଅଧୀନରେ ଥିବା ପାଖାପାଖି ୩୫ ରୁ ୪୦ ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ଯଦି ଜଣେ ଗରିବ ଲୋକ ବ୍ୟବଚ୍ଛେଦ ପାଇଁ ଆସେ ଓ ତାକୁ କାମାକ୍ଷାନଗର ପଠାଯାଏ ତେବେ ସେ କେଉଁଠୁ ଅର୍ଥ ଆଣି ନିଜ ଘରକୁ ଯିବ ବୋଲି ପରଜଙ୍ଗ ଭାଜପା ପ୍ରଶ୍ନ କରିଛି ।

ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଓ ସାଂସଦ ସମ୍ପୂର୍ଣ୍ଣ ଭାବେ ଦାଇ ବୋଲି ବିଜେପି କହିବା ସହ ଶୀଘ୍ର ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ପରଜଙ୍ଗ ଭାଜପା ଦଳର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶରତ ଚନ୍ଦ୍ର ସାହୁ । ଆମେ ପରଜଙ୍ଗ ଗୋଷ୍ଠୀ କେନ୍ଦ୍ର ର ମୁଖ୍ୟ ଡ଼ଃ ଶିବାନୀ ପ୍ରିୟଦର୍ଶିନୀ ନାୟକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

new life
You might also like
error: Content is protected !!