ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ,ଅଭିଯୋଗ ଆସିଲେ ତଦନ୍ତ କରି ଆକ୍ସନ ନେବାକୁ ଅଧିକାରୀ ମାନଙ୍କୁ ଦେଲେ ପରାମର୍ଶ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ବ୍ଲକର ୨୯ ଗୋଟି ପଂଚାୟତ ମଧ୍ୟରୁ ବିଭିନ୍ନ ପ୍ରକାରର ସମସ୍ୟା ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଭତ୍ତା ,ମେଡିକାଲ ସମସ୍ୟା, ଜଳ ଯୋଗାଣ, ଜଙ୍ଗଲ ବିଭାଗର ପ୍ରାୟ ୧୧୫ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ।
ପ୍ରାୟ ୮୭ ଗୋଟି ମାମଲାକୁ ଜିଲ୍ଲାପାଳ ସମାଧାନ କରିଛନ୍ତି । ରେଡ଼କ୍ରସ ପାଣ୍ଠିରୁ ୧୩ ହଜାର ଟଙ୍କା ଏବଂ ଜଣେ ଅସହାୟ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଛି ।କୌଣସି ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରି ଆକ୍ସନ ନେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠି ସବୁ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣିରେ ପିଡ଼ି ଡ଼ିଆଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ ,ଏସ୍ପି ଏଲ.ଦିବ୍ୟା. ଭି , ସିଡ଼ିଏମଓ ଡାକ୍ତର ଅଶୋକ ଦାସ ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ,ବ୍ଲକ ଅଧ୍ୟକ୍ଷା, ଜିଲ୍ଲାପରିଷଦ ଓ ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ ।