ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଧୀନରେ ଥିବା ସରାଙ୍ଗ ଗ୍ରାମର ଏକ ଆମ୍ବ ତୋଟା ରୁ କୌଣସି ସୂତ୍ରରୁ ଖବର ପାଇ ଉପ ମହାପ୍ରବନ୍ଧ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୬ ଟନ୍ ବେଆଇନ କୋଇଲା ଜବତ କରିଛି ।
ତାଳଚେର ରୁ ଆସୁଥିବା ଚୋରା ସାଇକେଲ ଓ ସ୍କୁଟର ମାଧ୍ୟମରେ କୋଇଲା ସରାଙ୍ଗ ଅଞ୍ଚଳର କିଛି ମାଫିଆ ମାନେ ଏହାକୁ ଗଚ୍ଛିତ କରି ମୋଟା ଦରରେ ବିକ୍ରୀ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆଗାମୀ ଦିନରେ ଏହିପରି ଚଢ଼ାଉ ମଧ୍ୟ କରାଯିବ ବୋଲି ଉକ୍ତ ବିଭାଗର ଏକ ଅଧିକାରୀ କହିଛନ୍ତି ।
ଏଠାରେ କୋଇଲା ଆଗରୁ ଆଗରୁ ଗଚ୍ଛିତ ରହୁନଥିବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଫାଣ୍ଡି ଅଧିକାରୀ ଦାମୋଦର ସାହୁ କହିଥିଲେ ।ଆଉ ଦୁଇଟି ସ୍ଥାନରେ ବେଆଇନ କୋଇଲା ଥିବା ନେଇ ସ୍ଥାନୀୟ ଲୋକମାନେ କହିଥିବା ବେଳେ କେବଳ ଲୋକ ଦେଖାଣିଆ ଗୋଟିଏ ସ୍ଥାନ ଚଢ଼ାଉ କରିବା ନେଇ ଖଣି ଅଧିକାରୀଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି କରିଛି ।