News
WhatsApp Image 2023-10-04 at 17.25.00
samparksetu

ଦିନ ଦ୍ବିପ୍ରହରରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼ଝରା ନୂଆ ସାହି ନିକଟରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ମଧ୍ୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଡକାୟତ ମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଜଣାପଡିଛି ,

ସୁଚନା ଅନୁଯାୟୀ , ଢେଙ୍କାନାଳ ସଦର ଥାନା ଅଧୀନସ୍ଥ ଭାପୁର ଫାଣ୍ଡି ଅଞ୍ଚଳର ଭୁବନପୁର ଗ୍ରାମର ବିଦ୍ୟାଧର ବେହେରା ନାମକ ବ୍ୟକ୍ତି ଆଜକୁ ପ୍ରାୟ ଛଅ ବର୍ଷ ଧରି ପରଜଙ୍ଗ ଗ୍ରାମର ବୃନ୍ଦାବନପୁର ସାହିରେ ଘର ଭଡା ନେଇ ଅଞ୍ଚଳରେ ବୁଲି ବୁଲି ସିଲଭର ଓ ପିତ୍ତଳ ବାସନ ବିକ୍ରି କରୁଥିଲେ ।ଶୁକ୍ରବାର ଦିନ ବଡଝରା ଗ୍ରାମର ନୂଆସାହିକୁ ବେପାର କରିବାକୁ ଯାଇ ସେଠାରୁ ଫେରି ରାଜପଥ ଉପରକୁ ଉଠିବା ପୂର୍ବରୁ ଦୁଇ ଜଣ ବାଇକରେ ଆସି ମୁହଁରେ ମୁଖା ଓ ମୁଣ୍ଡରେ ହେଲମେଟ ପିନ୍ଧି ତାଙ୍କୁ ଅଟକାଇ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ବେକରେ ଭୁଜାଲି ଦେଖାଇ ଥିଲେ ,ଯାହାକି ବ୍ୟବସାୟୀ ଜଣଙ୍କ ଭୟଭୀତ ହୋଇ ପାଖରେ ଥିବା ଟଙ୍କା ଦେବାରୁ ସେଠାରୁ ଡକାୟତ ମାନେ ଚମ୍ପଟ୍ ମାରିଥିଲେ । ଏ ସମ୍ବନ୍ଧେ ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

new life
You might also like
error: Content is protected !!