News
WhatsApp Image 2023-10-04 at 17.25.00
samparksetu

ମନରେଗା କାର୍ଯ୍ୟରେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଏବେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ ସଦସ୍ୟା ମାନେ । ସରକାର ଖାସ୍ କରି ଏସଓଜି ଗ୍ରୁପ ସଦସ୍ୟା ମାନଙ୍କର ଉନ୍ନତି କରଣ ଦିଗରେ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ନିର୍ଦ୍ଧାରିତ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ପଞ୍ଚାୟତର ମୋଟ ପାଞ୍ଚଶହ ସହସ୍ୟା ଙ୍କ ନାମ ପଞ୍ଜିକରଣ ହୋଇ ହୋଇଥିବା ସୂଚନା ଥିବା ବେଳେ ପଞ୍ଚାୟତ ଏମ୍ ବି କେ ଅମ୍ବିକା ବିଶ୍ଵାଳ ଅଭିଯୋଗ ଆଣିଛନ୍ତି କି ଏକ ବର୍ଷ ହୋଇଗଲାଣି ମୋ ଉପକାରୀ ବଗିଚା ଟଙ୍କା ଆମକୁ ଦେଉ ନାହାନ୍ତି ସରପଞ୍ଚ ସ୍ନେହଲତା ସାହୁ ।

ମୋର ସମସ୍ତ ମେମ୍ବର ମାନ ପଞ୍ଚାୟତରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ମୋଷ୍ଟ୍ରୋଲ ଛାଡ଼ୁ ନାହାନ୍ତି । ତେଣୁ ଏହି ଯୋଜନାରେ କାମ କରିଥିବା ବେଳେ ଟଙ୍କା ଦେଉନଥିବାର ଗ୍ରାମ ରୋଜଗାର ସେବକ ରାଜଲକ୍ଷ୍ମୀ ସାହୁ ଙ୍କୁ ପଚାରିବାରୁ ସେ କୁହନ୍ତି କି ଏସବୁ ଟଙ୍କା ସରପଞ୍ଚଙ୍କ ଡଙ୍ଗଲ କୁ ଆସିଥାଏ ସେ ନଛାଡିଲେ ଟଙ୍କା ଯିବ ନାହିଁ । ଏବାବଦରେ ମୁଁ ସରପଞ୍ଚ ଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ମୋତେ ଦେଇନଥିବା ଜି ଆର୍ ଏସ କହିଛନ୍ତି ।

ସେପଟେ ସରପଞ୍ଚ ସ୍ନେହଲତା ସାହୁ କୁହନ୍ତି ଜି ଆର୍ ଏସ ମୋତେ ଯେତିକି କାଗଜ ପତ୍ର ରେ ଦେଇଥିଲେ ମୁଁ ସେତିକି ପେମେଣ୍ଟ କରିଦେଇଛି । ଆଉ ମୋପଖକୁ ଏବେ ଜିଆର୍ ଏସ ସେମିତି କିଛି କାଗଜ ପତ୍ର ଦେଇନାହିଁ ଯଦି ଆସିବ ତାହେଲେ କାର୍ଯ୍ୟର ଉପଯୁକ୍ତ ତଦାରଖ କରି କାର୍ଯ୍ୟ କରାଯିବ । ଗ୍ରୁପ୍ ସଦସ୍ୟା ମାନେ କହିଛନ୍ତି କି ଯଦି ଏହାର କିଛି ଦିନ ଭିତରେ କାର୍ଯ୍ୟକାରୀ ନ ହୁଏ ତେବେ ଆଗାମୀ ଦିନରେ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି । ଏଥି ପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଜର ଦେଇ ଏହାର ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!