ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁକ୍ତାପଶି ଅଞ୍ଚଳରେ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଜଙ୍ଗଲ ମଧ୍ୟରେ ପତ୍ର ଡାଳ ଘୋଡାଇ ନିଆଁ ଲଗାଇଦେବା ଭଳି ଘଟଣାରେ ପୋଲିସ ପ୍ରେମିକକୁ ଗିରଫ
କରିବା ସହିତ ମୋଟରସାଇକେଲ ଏବଂ ଦୁଇଟି ମୋବାଇଲ ଫୋନକୁ ଜବତ କରିଛି ।
କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର ରବି ଓରଫ ଟୁକୁ ବିଶ୍ୱାଳ ଗତ ଦୁଇ ବର୍ଷ ହେବ ଅନୁଗୁଳ ବଂରପାଳ ଥାନା ଅନ୍ତର୍ଗତ ପୁରୁକିଆ । ଗ୍ରାମର ଦିଲୀପ କୁମାର ଜେନାଙ୍କ ପତ୍ନୀ ସୁନିତା ଜେନାଙ୍କ ସହିତ ବିବାହର ୫ବର୍ଷ ପୂର୍ବରୁ ପେମ୍ର ସମ୍ପର୍କ ରହିଥିଲ। ।
ବିବାହର ୫ ବର୍ଷ ପରେ ମହିଳା ଜଣକ ସ୍ୱାମୀଙ୍କ ଘର ଛାଡି ୨ ବର୍ଷ ହେବ ପ୍ରେମିକ ସହିତ ରହି ଆସୁଥିଲେ । ଏହା ପରେ ପୁଣି ସୁନିତା ନିଜ ସ୍ୱାମୀ ନିକଟକୁ ଚାଲିଆସି ରହୁଥିବା ବେଳେ ତାଳଚେରରେ ରହିବା ସହତି ପ୍ରେମିକ ସହିତ ମଧ୍ୟ ସମ୍ପର୍କ ରଖିଥିଲା ।
ତେବେ ସୁନିତା ଙ୍କର ତାଳଚେରର ଅନ୍ୟ କୌଣସି ଯୁବକଙ୍କ ସହତି ପ୍ରେମ ସମ୍ପର୍କ ଗଢିଉଠିବାକୁ ନେଇ ରବି ସନ୍ଦେହ କରୁଥିଲା । ଏହାକୁ ନେଇ ଗତ ୧୨ ତାରିଖ ଦିନ ରବି ପରଜଙ୍ଗ ଥାନା ପତିରି କୁ
ଆସିବା ସହିତ ସୁନିତାକୁ ପ୍ରଲୋଭନ ଦେଖାଇ ଏକ ବାଜାଜ ଡିସକଭର ମୋଟରସାଇକେଲ ନଂ ଓଆର୦୬ଏଚ୮୮୫୩ ଯୋଗେ ମୁକ୍ତାପଶି ଜଙ୍ଗଲ ନିକଟକୁ ନେଇଥିଲା ।
ସେଠାରେ ପ୍ରେମିକା ସୁନିତା ସହିତ ପ୍ରେମ ସମ୍ପର୍କକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରବି ପ୍ରବଳ ମାଡ
ମାରିଥିଲା । ଫଳରେ ସୁନିତାର ମୃତ୍ୟୁ ହୋଇଗଲା ଭାବି ରବି ପାଖରେ ଥିବା କିଛି ତାଳପତ୍ର ଆଣି ସେଥିରେ ଡାଳ ପତ୍ର ପକାଇ ନିଆଁ ଲଗାଇ ଫେରାର ହୋଇଯାଇଥିଲା ।
କୌଣସି କାରଣରୁ ସୁନିତାର ଚେତା ଫେରିଆସିଥିବା
ବେଳେ ସେ ସେଠାରୁ ବଞ୍ଚିଯାଇଥିଲା ।ବହୁ କଷ୍ଟରେ ସୁନିତା ୫୩ନମ୍ବର ଜାତୀୟ ରଜପଥ ଉପରକୁ ଆସିବା ପରେ କିଛି ଲୋକ ତାକୁ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଢେଙ୍କାନାଳ ଏବଂ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି ।
ସୁନିତାର ଶରୀରର ୭୦ ଭାଗ ପୋଡି ଯାଇଥିବା ବେଳେ ସେ ଗୁରୁତର ଅବସ୍ଥାରେ ରହଥିବାର ର ଜଣାପଡିଛି।ଏ ସମ୍ପର୍କରେ କାମାକ୍ଷାନଗର ପୋଲିସ ୯୮/୨୨ ରେ ଏକ ମାମଲା ରୁଜ୍ଜୁ କରି
ରବି ଓରଫ ଟୁଟୁ ବିଶ୍ୱାଳକୁ ଗିରଫ କରି କାର୍ଟରେ ହାଜର କରିବା ପରେ ଜାମିନ ନାମାଞ୍ଜରୁ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆ ଯାଇଛି । ପୋଲିସ ରବିର ମୋଟରସାଇକେଲ ସହିତ ଦୁଇଟି ମୋବାଇଲ ଜବତ କରି ତଦନ୍ତ ଚଳାଇଛି ।ଏହି ମାମଲାର ତଦନ୍ତ କାମାକ୍ଷାନଗର ଥାନାର ଏସଆଇ ପିକେ ସାହୁ କରୁଥିଲେ ।