News
WhatsApp Image 2023-10-04 at 17.25.00
samparksetu

ବାସନ୍ତି ନାଏକ ହତ୍ୟା ମାମଲା, ଦିର୍ଘ ୯ବର୍ଷ ପରେ ରାଏ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୈାରାଜଜ

ପରଜଙ୍ଗ ଥାନା ପରଜଙ୍ଗ ଗ୍ରାମର ବାସନ୍ତି ନାଏକ ହତ୍ୟା ମାମଲାର ଦିର୍ଘ ୯ବର୍ଷ ପରେ ଆଜି ରାଏ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରାଜଜ।ଶାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୈାରାଜଜ ଆସାମି କବି ନାଏକଙ୍କୁ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି।

ସୂଚନା ଅନୁସାରେ ୨୭.୧୧.୨୦୧୨ ରିଖରେ ପରଜଙ୍ଗ ଗ୍ରାମର ସୁବାସ ନାଏକଙ୍କ ସ୍ତ୍ରି କାଜଲ ନାଏକ ଓ ମାଆ ବାସନ୍ତି ନାଏକ ସକାଳ ସମୟରେ ଝାଡା ଯାଇଥିବା ବେଳେ ସୁବାସଙ୍କ ଶଶୁର ଅତର୍କିତ ଭାବେ ଏକ ଭୂଜାଲିରେ ଆକ୍ରମଣ କରିବା ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ଏହି ସମୟରେ ସୁବାଶଙ୍କ ଶଳା ବିଜୁ ନାଏକ ଓ ଦାଦାଶଶୁର ଶରତ ନାଏକ ଉପସ୍ଥିତ ଥିବା ନେଇ ସୁବାସଙ୍କ ସ୍ତ୍ରି କାଜଲ ଦେଖିଥିଲେ।

ଏହା ପରେ କାଜଲ ଘରକୁ ଆସି ଘଟଣା ସଂପର୍କରେ ଜଣାଇବା ପରେ ତୁରନ୍ତ ବାସନ୍ତିଙ୍କୁ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହା ପରେ ସୁବାସ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ଭିତ୍ତି କରି ସାକ୍ଷ୍ୟ ପ୍ରମାଣଙ୍କୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ସତ୍ୟନାରାୟଣ ପାତ୍ର ଆସାମି କବି ନାଏକଙ୍କୁ ଆଜିବନ କାରଦଣ୍ଡ ଶୁଣାଇଛନ୍ତି।ସରକାରି ଓକିଲ ଭାବେ ଦେବରାଜ ବେହେରା କେସ ପରିଚାଳନା କରୁଥିଲେ।

new life
You might also like
error: Content is protected !!