ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ଆଶ୍ରମ ଛକ ନିକଟରେ ଥିବା ଏକ ଖୋଲା କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ତେବେ ତାଙ୍କ ବୟସ ପ୍ରାୟ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।
ତାଙ୍କୁ ୪ ରୁ ୫ ଦିନ ତଳେ ହତ୍ୟା କରାଯାଇ କୂଅରେ ପକେଇ ଦିଆ ଯାଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ପିଠି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏ ନେଇ ଖବର ପାଇବା ପରେ ପରଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ସାଇଣ୍ଟିଫିକ ଟିମର ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।