News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲ ଜମିକୁ ନେଇ ତହସିଲଦାର ଙ୍କ ଦ୍ଵାରସ୍ଥ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଆଳୋ ଗ୍ରାମର ୨୦ ହରିଜନ ପରିବାର ଙ୍କ ୪୦ ବର୍ଷ ଧରି ଜଙ୍ଗଲ କିସମ ଜମିକୁ ଜବରଦଖଲ କରିଆସୁଥିଲେ । କୁଆଳୋ ମୌଜାର ୧୪୯ ନମ୍ବର ଜାତୀୟ ରାଜପଥ କୁ ଲାଗିଥିବା ଜବରଦଖଲ ଜମି ଗୁଡ଼ିକୁ ଭୂମିହୀନ ଆବେଦନ କରିଆସୁଥିଲେ କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଘରଡିହ ପଟ୍ଟା ପାଇପାରିନାହାନ୍ତି ।

ଲୋକଙ୍କ ଅଭିଯୋଗ ଅନୁସାରେ ସେହି ଜାଗାକୁ ପରମହଂସପୁର୍ ଗ୍ରାମର କିଛି ମୁଷ୍ଟିମେୟ ଲୋକ ଜୋରଜବର ଦସ୍ତି ଅକ୍ତିଆର କରିନେବାକୁ ବସିଛନ୍ତି । ଏନେଇ ଆଜି ୨୦ ହରିଜନ ପରିବାର ସ୍ଥାନୀୟ ତହସିଲଦାର ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ଯଦି ସରକାର ଏହାର କିଛି ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଗତକାଲି ଉକ୍ତ ଜାଗା ପାଇଁ ମଧ୍ୟ ପରମହଂସ ପୁର ଗ୍ରାମବାସୀ ମଧ୍ୟ ଏକତ୍ରିତ ହୋଇ ପରଜଙ୍ଗ ତହସିଲଦାରଙ୍କୁ ଏକ ଦାବି ପତ୍ର ଦେଇଥିଲେ । ଏନେଇ ସ୍ଥାନୀୟ ତହସିଲଦାର ଖଗେଶ୍ବର ପାତ୍ର କହିଛନ୍ତି କି ଜାଗା ଉପରକୁ ଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯିବା ନେଇ କହିଛନ୍ତି ।

new life
You might also like
error: Content is protected !!