News
WhatsApp Image 2023-10-04 at 17.25.00
samparksetu

ଗୋଳ।ଗାଡିଆ ହତ୍ୟା ଘଟଣା ରେ ଦୁଇ ଗିରଫ !

୮.୧୧.୨୧ ରିଖରେ ଗୋଳାଗାଡିଆ ଗ୍ରାମ ର କୈଳାଶ ଧଳ ( ୫୨) ଙ୍କ ହତ୍ୟା ସମ୍ପର୍କିତ ରିପୋର୍ଟ ପରେ ପରଜଙ୍ଗ ପୁଲିସ ପରଜଙ୍ଗ ଥାନା ମାମଲା ସଂଖ୍ୟା – 447 Dt 08.11.21 U/S 302/34 ଆଇପିସି ଧାରା ରେ ଏଫଆଇଆର ରୁଜୁ କରି ତୁରନ୍ତ ଅନୁସନ୍ଧାନ କରିଥିଲା ।

ଏହି ହତ୍ୟାକାଣ୍ଡ, ମହାବିରୋଦ ଫୋରେଷ୍ଟ ରେଞ୍ଜ ଅନ୍ତର୍ଗତ ପୁରୁଣା ମ।ହ।ର। ଜଙ୍ଗଲ ଭିତରେ ଘଟିଥିଲା। ତଦନ୍ତ ସମୟରେ ପୁଲିସ ଘଟନା ସ୍ଥଳରୁ ରକ୍ତ ଲଗା ଟାଙ୍ଗିଆ, ରକ୍ତ ଲଗା ଦୁଇଟି ଶାଳ ବାଡି, ମୁତାଫା ଙ୍କର ଚପଲ ଓ ଅନନ୍ୟ ସାମଗ୍ରୀ ଜବତ କରିଥିଲା ।

ସୂଚନା ଅନୁଯାୟୀ ,ମହାବିରୋଡ ଗ୍ରାମ ର ଦୁଇ ଭାଇ ଅଜୟ କୁମାର ସାହୁ ଓ ସୁଶାନ୍ତ ସାହୁ ଙ୍କ ସହ ମୁତାଫା ଙ୍କ , ଏକ ଜଙ୍ଗଲ ଜମି କୁ ନେଇ ଅନେକ ଦିନ ଧରି ଗଣ୍ଡଗୋଳ ଲାଗିରହିଥିଲା । ଗତ ୬.୧୧.୨୧ ରିଖ ଦିନ ୧୦ ଟା ବେଳେ , କୈଲାଶ ଧଳ ତାଙ୍କରର ସେଇ ବିବାଦୀୟ ଜମି ଉପରେ ଘର କରିବା ପାଇ ଗାତ ଖୋଳୁଥିବା ବେଳେ, ଦୁଇ ଭାଇ ଅଜୟ କୁମାର ସାହୁ ଓ ସୁଶାନ୍ତ ସାହୁ ହଠାତ ସେଠି ପହଞ୍ଚି ତାଙ୍କୁ ଖୁବ ଜୋର ରେ ବାରଣ କରିଥିଲେ ।

ଦୁଇ ମୁଦାଲା ଆଣିଥିବା ଟାଙ୍ଗିଆ ଓ ଦୁଇ ଟି ଶାଳ ବାଡି ରେ ଆକ୍ରମଣ କରି କୈଲାଶ ଙ୍କୁ ଘଟଣ। ସ୍ଥଳରେ ମାରି ପକାଇଦେଲେ / ଏହା ପରେ ସେମାନେ କୈଲାଶ ଙ୍କ ରକ୍ତ ଜୁଡୁବୁଡୁ ମର ଶରୀର କୁ ଲୁଚେଇବା ଉଦ୍ଧେଶ୍ୟରେ, ଜଙ୍ଗଲ ଭିତରେ ପ୍ରାୟ ୨୦୦ ମିଟର ଘୋଷାଡ଼ି ଘୋଷାଡ଼ି ନେଇ ଜଙ୍ଗଲ ଭିତରେ ଏକ ମହୁଲ ଗଛରେ, ଏକ ଟିଭି କେବଲ ମାଧ୍ୟମରେ ଗଛରୁ ଟାଙ୍ଗୀ ବାକୁ ଚେଷ୍ଟା କରିବ ବେଳେ ଏହା ଛିଣ୍ଡି ପଡିବାରୁ, ମୁଦାଲା ମାନେ ମର ଶରୀର କୁ ସେଇ ବୁଦା ମୂଳେ ଲୁଚେଇ ଛାଡି ପଳାଇଥିଲେ ।

ଏହି ହତ୍ୟା କାଣ୍ଡ ର ରିପୋର୍ଟ ର ୨୪ ଘଣ୍ଟା ଭିତରେ, ପରଜଙ୍ଗ ପୋଲିସ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେଇ ହତ୍ୟାକାଣ୍ଡ ରେ ବ୍ଯବହୃତ ଅସ୍ତ୍ର କୁ ଜବତ କରିବା ସହ, ମୁଦାଲା ମାନକୁ ଗିରଫ କରିବାରେ ସକ୍ଷମ ହୋଇଛି।

new life
You might also like
error: Content is protected !!