News
WhatsApp Image 2023-10-04 at 17.25.00
samparksetu

ପ୍ରକଳ୍ପକୁୂ ପାଟରପଦା ଗ୍ରାମବାସୀଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ବଳିଗାଡିଆ ତଏଲାରେ ହେବାକୁ ଥିବା ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ମାନେ ବିରୋଧ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ବଳିଗାଡିଆ ତଏଲାରେ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ୬ଟି ପଞ୍ଚାୟତର ୨୦ଖଣ୍ଡଗ୍ରାମବାସୀମାନେ ବିରୋଧ କରିବା ସହିତ ଜନଶୁଣାଣୀରେ ମଧ୍ୟ ୬ ହଜାର ଲୋକ ବିରୋଧ କରିଥିଲେ ।

ଜନଶୁଶାଣୀରେ ତିବ୍ର ବିରୋଧ ଏବଂ ହୋ ହାଲ୍ଲା ହେବାରୁ ଅତିରିକ୍ତ ଜିଲ୍ଲାପାଳ ଜନଶୁଣାଣୀ ବନ୍ଦ ହେଲା ବୋଲି କହିବା ସହିତ ଜନଶୁଣାଣୀ ବନ୍ଦ କରାଯାଇଥିଲା । କିନ୍ତୁ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ସମର୍ଥନ କରି ପ୍ରଶାସନ ତରଫରୁ ନକଲି ଦସ୍ତଖତ ସଂଗ୍ରହ କରାଯିବା ସହିତ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାର ଜଣାପଡିଛି । ଏହାକୁ ନେଇ ଗ୍ରାମରେତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ କେତେକ ଅସାମାଜିକ ବ୍ୟକ୍ତି ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହିତ ପ୍ରକଳ୍ପ କାର୍ଯ୍ୟ କରୁଥିବାର ଜଣାପଡିଛି ।

ଘଟଣାରେ ସମ୍ପର୍କରେ ଗ୍ରାମବାସୀ ମାନେ ଶନିବାର ଦିନ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ଜନସାଧାରଣ ବିରୋଧ କରୁଥିବା ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯିବା ସହିତ ନକଲି ଦସ୍ତଖତ ମାଧ୍ୟମରେ ମଞ୍ଜୁରୀ ଦେଇଥିବା ବ୍ୟକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

new life
You might also like
error: Content is protected !!