News
WhatsApp Image 2023-10-04 at 17.25.00
samparksetu

କିଡନୀ ରୋଗରେ ଛଟପଟ ଭିନ୍ନକ୍ଷମ ଅସିତ

ଭିନ୍ନକ୍ଷମଙ୍କୁ ଦୁଃଖର ଅସରନ୍ତି ବର୍ଷା ଢାଳୁଛି ଦୁଃଖର ବର୍ଷା । ପିଲାଟି ଦିନରୁ ଭଗବାନ ଭିନ୍ନକ୍ଷମ ରୂପରେ ପରିଚୟ ଦେଇଥିଲେ । କିନ୍ତୁ ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି ଯୁବକ । ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାଟରପଦା ଗାଁ ର କବିରାଜ ପ୍ରଧାନ ଙ୍କ ସାନ ପୁଅ ଅସିତ୍ ପ୍ରଧାନ ।

ପିଲାଟି ଦିନରୁ ୮୦ ପ୍ରତିଶତ ଭିନ୍ନକ୍ଷମ କିନ୍ତୁ ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯୁବା ବୟସକୁ ବିତାଉଛନ୍ତି । ଯେଉଁ ବୟସରେ ବାପା ମା’ ଙ୍କ ଦୁଃଖ ଦୁରକରିବା କଥା ସେ ବୟସରେ ବୁଢ଼ା ବାପା ମା’ ଙ୍କ ଦୁଃଖର ବୋଝ ସାଜିଛନ୍ତି । ରୋଗରେ ଆକ୍ରାନ୍ତ ପରେ ପରିବାର ଲୋକେ ଅସିତ୍ କୁ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରୁଛନ୍ତି ।

ଘର ଲୋକ କହିବା କଥା , ପୁଅର ଉନ୍ନତ ମାନର ଚିକିତ୍ସା ପାଇଁ ସାତରୁ ଆଠ ଲକ୍ଷ୍ୟ ଟଙ୍କା ଦରକାର । ଯାହାକି ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡ ରେ ଉନ୍ନତ ଚିକିତ୍ସା ପାଇଁ ସମ୍ଭବ ହେଉନାହିଁ । ଆମେତ ଗରିବ ଲୋକ ମୂଲ ମଜୁରୀ କରି ପରିବାର ଚଳାଉଛି । ପୁଅର ଚିକିତ୍ସା ଖର୍ଚ୍ଚ ଏତେ ଅର୍ଥ ଆଣିବୁ କେଉଁଠୁ କହିବା ସହ ପୁଅର ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି । ଗ୍ରାମବାସୀ ମଧ୍ୟ ଅସିତ୍ ର ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କରିବା ସହ ସରକାର ଚାହିଁଲେ ଅସିତ୍ ଭଲ ହେଇପାରିବ ବୋଲି କହିଛନ୍ତି । ସେପଟେ ପୁଣି ସ୍ଥାନୀୟ ସରପଞ୍ଚ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

new life
You might also like
error: Content is protected !!