News
WhatsApp Image 2023-10-04 at 17.25.00
samparksetu

ସୁରଥ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପରଜଙ୍ଗ ବ୍ଳକ୍ ପାଟରପଦା ନିମତଇଳା ଖେଳ ପଡିଆରେ ଆଜି ଠାରୁ ସୁରଥ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଦଘାଟିତ ହୋଇଯାଇଛି।

ପାଟରପଦା ଗ୍ରାମର ସେକ୍ରେଟେରୀ ଶ୍ରୀଯୁକ୍ତ ନରୋତ୍ତମ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଉଦଘାଟନୀ ମ୍ୟାଚ୍ ଆୟୋଜକ ପାଟରପଦା କ୍ରିକେଟ୍ କ୍ଳବ ଓ ପିତିରି କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପିତିରି କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଗୋଟି ୱିକେଟ ହରାଇ ୧୨୪ ରନ୍ କରିଥିଲା। ପାଟରପଦା କ୍ରିକେଟ୍ ଦଳ ୧୨୫ ରନ୍ କୁ ପିଛା କରି ୭ ଗୋଟି ୱିକେଟ ହରାଇ ୬୮ରନ୍ କରିବାରେ ସକ୍ଷମ ହୋଇଥିଲା। ପିତିରି ଦଳ ପକ୍ଷରୁ ସୁନିଲ୍ ଙ୍କୁ ମ୍ୟାନ୍-ଅଫ୍-ମ୍ୟାଚ୍ ବିବେଚିତ କରାଯାଇଥିଲା।

ବିକାଶ ବିଶ୍ବାଳ ଓ ଚିକୁଳ ବିଶ୍ବାଳ ଖେଳକୁ ପରିଚାଳନା କରିଥିଲେ ।ଭାସ୍ୟକାର ଦାୟିତ୍ୱ ରେ ଥିଲେ ନିରୋଦ ନାୟକ ଓ ଚିତ୍ତ୍ରସେନ ସାହୁ ।

new life
You might also like
error: Content is protected !!