News
WhatsApp Image 2023-10-04 at 17.25.00
samparksetu

ଜାତୀୟ ରାଜପଥ ମନ୍ଥର ଗତି ଯୋଗୁଁ ଶୋଚନୀୟ ଅବସ୍ଥାରେ ମୁକ୍ତାପଶି ଛକ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ୫୩ ନମ୍ବର ଜାତିୟ ରାଜପଥରେ ପରଜଙ୍ଗ ଠାରୁ କାମାକ୍ଷାନଗର ମଝିରେ ରହିଛି ମୁକ୍ତାପଶି ବସଷ୍ଟାଣ୍ଡ ‌ । ଏହି ବସଷ୍ଟାଣ୍ଡ ଉପରେ ଯାତାୟାତ ନିମନ୍ତେ ନିର୍ଭର କରନ୍ତି ପାଖାପାଖି ୫ଟି ପଞ୍ଚାୟତର ବାସିନ୍ଦା ।

ବଡଦୁଃଖର ବିଷୟ ସର୍ବସାଧାରଣ ବସଷ୍ଟାଣ୍ଡ ପାରହୋଇ ଜମିବାଡ଼ି, ବଜାର କୁ ଯିବାଆସିବା ପାଇଁ ରାସ୍ତା ଉପରେ ସୁରକ୍ଷା ମନେ କରୁନାହାନ୍ତି । ବର୍ଷା ହେଲେ ପାଣି ଜମି ବଡବଡ ଖାଲଖମାଣ ସୃଷ୍ଟି ହେଉଛି |ଯାହାଦ୍ୱାରା ରାତିରେ ଭାରିଯାନ ଚାଲିବା ହେତୁ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହେବାରେ ଲାଗିଛି ।

ସକାଳ ହେଲେ ସ୍କୁଲ ପିଲାଙ୍କ ସହ ଚାକିରୀ କର୍ମଚାରୀ ମାନେ ଯିବାପାଇଁ ବହୁ ଅସୁବିଧା ଭୋଗୁଛନ୍ତି |ଗ୍ରାମର ଗାଈ ଗୋରୁ ଜଙ୍ଗଲ କୁ ରାସ୍ତା ପାର ହୋଇ ଯିବାକୁ ଚାଁହୁନାହାନ୍ତି ବୋଲି ଗୋପାଳ ମାନେ ଏବଂ ସାହୁକାର ମାନେ ଉଚିତ ମନେକରୁନାହାନ୍ତି ।

ମୁକ୍ତାପଶି ଗ୍ରାମବାସୀ ପୂର୍ବରୁ ଏ ସମ୍ଭନ୍ଧେ ଆନ୍ଦୋଳନ କରିଥିବାବେଳେ ସରକାରଙ୍କୁ ମଧ୍ୟ୍ୟ ଅବଗତ କରାଇଥିଲେ । ତଥାପି କୌଣସି ସୁଫଳ ମିଳି ନଥିବା ବେଳେ ସବୁ ଯାନବାହାନ, ସର୍ବସାଧାରଣ ଲୋକ, ଗାଈ ଗୋରୁ,ସ୍କୁଲ ପିଲା ବହୁତ ଭୟ ଓ ସତର୍କ ର ସହ ଯାତାୟାତ କରୁଥିବା ଦେଖାଯାଉଛି ।

ଏଥି ପ୍ରତି ଢେଙ୍କାନାଳ ଜିଲ୍ଲାପାଳ ଦୃଷ୍ଟି ଦେଇ ଜନସାଧାରଣ ଙ୍କ ସୁବିଧା କୁ ନଜର ରଖି ସାଧାରଣ ଯାତାୟାତ ନିମନ୍ତେ ସ୍ଥାୟୀ ଜଳ ନିଷ୍କାସନ କରିବାକୁ, ଏବଂ ସବୁ ଲୋକ ରାସ୍ତା ପାରହେବାକୁ ସୁରକ୍ଷା ପାଇଁ ସର୍ବ ସାଧାରଣରେ ଦାବି ହେଉଅଛି |

new life
You might also like
error: Content is protected !!